ଆଲିଆଙ୍କ ଗଡ୍‌ଫାଦର୍ କରଣ

51

‘ବ୍ରହ୍ମାସ୍ତ୍ର’ ସିନେମାକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ତେବେ ସେ ତାଙ୍କ ଅଭିନୟ ଦ୍ୱାରା ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ଏହାରି ଭିତରେ ଐଶ୍ୱର୍ଯ୍ୟା ଚାରିବର୍ଷ ତଳେ ଆଲିଆଙ୍କ ବିଷୟରେ ଯାହା କହିଥିଲେ, ଏବେ ତାହାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଫିଲ୍ମ ପ୍ରମୋସନ ସମୟରେ ଐଶ୍ୱର୍ଯ୍ୟା ଆଲିଆଙ୍କ ଅଭିନୟ ଜୀବନ ସମ୍ପର୍କରେ କହିଥିଲେ । ସେ କହିଥିଲେ, ଆଲିଆ ଜଣେ ଉଚ୍ଚକୋଟିର ଅଭିନେତ୍ରୀ । କିନ୍ତୁ ଅଭିନେତ୍ରୀ ହେବାର ସୁଯୋଗ ତାଙ୍କୁ କରଣ ଜୋହରଙ୍କ ସମର୍ଥନରୁ ମିଳିଛି । କାରଣ ଆଲିଆଙ୍କ ଗଡଫାଦର ହେଲେ କରଣ । ସେ ହିଁ ଆଲିଆଙ୍କୁ ଫିଲ୍ମ ଦୁନିଆକୁ ଆଣିଥିବା କହିଛନ୍ତି ଐଶ୍ୱର୍ଯ୍ୟା । ଏହା ସହ ସେ କହିଥିଲେ ଆଲିଆ ଜୀବନରେ ବହୁତ ଆଗକୁ ଯିବା ଦରକାର । ତେବେ ଆରମ୍ଭରୁ କରଣଙ୍କ ସମର୍ଥନ ମିଳିଥିବାରୁ ତାଙ୍କର କିଛି ଅସୁବିଧା ହୋଇ ନାହିଁ । ଏପିରିକି ସବୁ ଫିଲ୍ମର ଅଫର୍ ମଧ୍ୟ ଆଲିଆକୁ ମିଳୁଥିବା କହିଥିଲେ ଐଶ୍ୱର୍ଯ୍ୟା ।

Comments are closed, but trackbacks and pingbacks are open.