ହାତ ଧରିବେ କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନୀ

23

କଂଗ୍ରେସରେ ମିଶି ପାରନ୍ତି କହ୍ନେୟା କୁମାର ଓ ଜିଗ୍ନେଶ ମେଓ୍ୱାନୀ । ଜବାହାରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାର ଓ ଗୁଜୁରାଟର ସ୍ୱାଧୀନ ବିଧାୟକ ଜିଗ୍ନେଶ ମେଓ୍ୱାନୀ ଏହି ମାସ ଶେଷ ସୁଦ୍ଧା କଂଗ୍ରେସରେ ସାମିଲ ହେବାର ସୂଚନା ମିଳିଛି ।
ଖବର ଅନୁଯାୟୀ, ଆସନ୍ତା ୨୮ ତାରିଖରେ ଶହୀଦ ଭଗତ ସିହଂଙ୍କ ଜୟନ୍ତୀ ଦିନ କହ୍ନେୟା ଓ ଜିଗ୍ନେଶ କଂଗ୍ରେସର ହାତ ଧରିପାରିବେ । ସେହିପରି ଗୁଜୁରାଟ ପ୍ରଦେଶର କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ଏହି ୨ ନେତାଙ୍କୁ ଦଳରେ ମିଶାଇବା ପାଇଁ ପ୍ରୟାସ କରୁଛନ୍ତି । ପାର୍ଟି ଓ ୨ ଯୁବନେତାଙ୍କ ମଧ୍ୟରେ ହାର୍ଦ୍ଦିକ ପଟେଲ ମଧ୍ୟସ୍ଥତା କରୁଛନ୍ତି ।
ସୂଚନାଯୋଗ୍ୟ ଯେ, ବିହାରର ବାସିନ୍ଦା କହ୍ନେୟା କୁମାର ଜେନେୟୁରେ କଥିତ ଭାବେ ଦେଶବିରୋଧୀ ନାରାବାଜି ମାମଲାରେ ଗିରଫ ହୋଇଥିଲେ । ଏହାପରେ ସେ ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ । ଗତ ଲୋକସଭା ନିର୍ବାଚନରେ ବିହାର ବେଗୁସରାୟ ଲୋକସଭା ଆସନରେ କେନ୍ଦ୍ରୀୟ ମନ୍ତ୍ରୀ ଗିରିରାଜ ସିଂହଙ୍କ ବିରୋଧରେ ଲଢିଥିଲେ । କିନ୍ତୁ କହ୍ନେୟା କୁମାର ହାରିଯାଇଥିଲେ ।ସେହିପରି ଦଳିତ ସମ୍ପ୍ରଦାୟ ର ଜିଗ୍ନେଶ୍‌ ଗୁଜୁରାଟର ବଡ଼ଗାମ ଆସନରୁ ସ୍ୱାଧୀନ ବିଧାୟକ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ ।

Leave A Reply

Your email address will not be published.