ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ 

24

କନ୍ଧମାଳବାସୀଙ୍କ ରେଳ ଯୋଗାଯୋଗ ସ୍ୱପ୍ନ ସାକାର ହେବ

ଭୁବନେଶ୍ୱର, ୪ ।୨: କନ୍ଧମାଳକୁ ରେଳ ଯୋଗାଯୋଗ ନେଇ କନ୍ଧମାଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହେବାକୁ ଯାଉଛି । ଚଳିତ ରେଳ ବଜେଟ୍‍ରେ ସମ୍ବଲପୁର-ଗୋପାଳପୁର ଭାୟା ଫୁଲବାଣୀ ୨୪୧ କିଲୋମିଟର ରେଳପଥ ପାଇଁ ୧୦କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥି ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ରେଳମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । କନ୍ଧମାଳକୁ ରେଳ ଯୋଗାଯୋଗ ନେଇ ସାଂସଦ ଶ୍ରୀ ସାମନ୍ତ ବହୁବାର ରେଳମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନ କରିଆସୁଥିଲେ । ଯେତେଶୀଘ୍ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜରିଆରେ ଡିପିଆର ପ୍ରସ୍ତୁତ ହୋଇ ନିତି ଆୟୋଗର ଅନୁମୋଦନ ଲାଭ କରିବ ସେଥିପାଇଁ ଉଦ୍ୟମ କରିବେ ବୋଲି ଶ୍ରୀ ସାମନ୍ତ କହିଛନ୍ତି । ଶ୍ରୀ ସାମନ୍ତ କନ୍ଧମାଳ ସାଂସଦ ହେବା ପରଠାରୁ କନ୍ଧମାଳକୁ ରେଳ ଯୋଗାଯୋଗ ନେଇ ଲଗାତାର ଉଦ୍ୟମ କରିଆସୁଥିଲେ ।

Comments are closed, but trackbacks and pingbacks are open.