ବିଜେଡିରେ ବଢ଼ିଲା ଗୋଷ୍ଠୀ କନ୍ଦଳ; ଇସ୍ତଫା ଦେଲେ ଉପବାଚସ୍ପତି

462

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ଇସ୍ତଫା ଦେଇଛନ୍ତି । ଆଜି ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତିଙ୍କୁ ଭେଟି ନି‌ଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଇସ୍ତଫା ସଂପର୍କରେ ରଜନୀକାନ୍ତ ସିଂହଙ୍କ ପ୍ରତିକ୍ରିୟା ଆସିଛି । ସାମ୍ବିଧାନିକ ପଦରେ ଥିବାରୁ ଦଳୀୟ କାର୍ଯ୍ୟ କରିପାରୁନଥିଲି । ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଇସ୍ତଫା ଦେଇଥିବା କହିଛନ୍ତି ରଜନୀକାନ୍ତ । ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଏବଂ ସଂଗଠନ ଓ ଦଳୀୟ ଲୋକଙ୍କ ସହ ମିଶିବାକୁ ଇସ୍ତଫା ଦେଇଛନ୍ତି । ଏହା ହଠାତ୍‌ ନିଷ୍ପତ୍ତି ନୁହେଁ, ବହୁ ଦିନର ନିଷ୍ପତ୍ତି ବୋଲି କହିଛନ୍ତି ସେ ।

୨୦୦୪ ମସିହାରୁ ଶ୍ରୀ ସିଂହ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି । ୨୦୧୯ ଜୁନ୍‌ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଛନ୍ତି । ତେବେ ସେ ସାମ୍ବିଧାନିକ ପଦବିରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟ ବୁଝିବା ସମ୍ଭବ ନୁହେଁ । ତେବେ ସୂଚନା ଅନୁସାରେ, ଗତକାଲି ଦିନ ତମାମ ଉପବାଚସ୍ପତିଙ୍କ ଇସ୍ତଫା ନେଇ ଚର୍ଚ୍ଚା ଲାଗି ରହିଥିଲା । ସୂଚନାଯୋଗ୍ୟ ‌ଯେ, ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗତ ମେ’ ମାସରେ ବାଚସ୍ପତି ପଦବିରୁ ଇସ୍ତଫା ଦେଇଥିଲେ । ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା ।

ଗଞ୍ଜାମ ଜିଲ୍ଲାରେ ଦଳର ସାଂଗଠନିକ ଆବଶ୍ୟକତା ଦୃଷ୍ଟିରୁ ଶ୍ରୀ ଆରୁଖଙ୍କୁ ସାମ୍ବିଧାନିକ ପଦବି ଛାଡ଼ିବାକୁ ପଡ଼ିଥିଲା । ଏଭଳି ଚର୍ଚ୍ଚାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନଥିବାବେଳେ ଦଳର ସାଂଗଠନିକ କାର୍ଯ୍ୟକୁ ଫୋକସ୍‌ କରିବା ପାଇଁ ସେ ଉପବାଚସ୍ପତି ଛାଡ଼ିଥିବା କୁହାଯାଉଛି । ଅନୁଗୁଳ ବିଧାନସଭା ଆସନରୁ ୪ ଥର ବିଧାୟକ ହୋଇଥିବା ଶ୍ରୀ ସିଂହ ୨୦୧୯ ଜୁନ୍‌ ମାସରୁ ଉପବାଚସ୍ପତି ଅଛନ୍ତି । ପୂର୍ବରୁ ବାଚସ୍ପତି ପଦରୁ ବିକ୍ରମ ଆରୁଖ ଇସ୍ତଫା ଦେଇ ପୁଣି ମନ୍ତ୍ରିମଣ୍ଡଳରେ ସାମିଲ ହେବା ସହ ଜିଲ୍ଲାରେ ଦଳର ସଂଗଠନକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

Comments are closed, but trackbacks and pingbacks are open.