କଳିଙ୍ଗା ଘାଟିରେ ଓଲଟିଲା ବସ୍, ଜଣେ ମୃତ , ୧୬ଯାତ୍ରୀ ଗୁରୁତର

191

ଫୁଲବାଣୀ: କଳିଙ୍ଗା ଘାଟିର ଅନ୍ଧାରୀକୋଟି ମନ୍ଦିର ବୁଲାଣିରେ ଆଜି ଭୋର ସମୟରେ ଏକ ବସ୍‌ ଓଲଟି ପଡ଼ିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୧୬ ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ଭଞ୍ଜନଗର ଏବଂ ଜି. ଉଦୟଗିରି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ଏବଂ ଜି ଉଦୟଗିରି ହସ୍ପିଟାଲକୁ ପଠାଇଛି। ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ପ୍ରାୟ ଦୁଇମାସ ଗମନାଗମନ ବନ୍ଦ ରହିବା ପରେ ଗତ ସପ୍ତାହରେ ଚାରି ଚକିଆ ଯାନ ଏବଂ ଦୁଇ ଚକିଆ ଯାନ ଯାତାୟାତ ପାଇଁ ଅନୁମତି ମିଳିଥିଲା। ବସ୍‌ ଟ୍ରକ୍‌ ଯାତାୟାତ ପାଇଁ ଅନୁମତି ମିଳୁ ନ ଥିଲା। କିନ୍ତୁ ଗୁରୁବାର ରାତିରେ ବରଗଡ଼ରୁ ଶ୍ରୀରାମ ବସ୍‌ ବ୍ରହ୍ମପୁର ଅଭିମୁଖେ ପ୍ରାୟ ୨୫ ଜଣ ଯାତ୍ରୀ ନେଇ ଆସୁଥିଲା।ବ୍ରେକ୍ ଫେଲ୍‌ ଯୋଗୁଁ ବସ୍‌ଟି ଦୁର୍ଘଟଣାର ଶିକାର ହୋଇଥିବା ସୂଚନା ମିଳିଛି l

Comments are closed, but trackbacks and pingbacks are open.