କଳିଙ୍ଗା ଘାଟିରେ ବାଇପାସ୍ ରାସ୍ତା ପ୍ରସ୍ତାବ

171

ଉଦୟଗିରି: କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁଁ ୩୪ ଦିନ ହେଲା ଯାତାୟାତ ବାଧାପ୍ରାପ୍ତ ହେବାରୁ ସ୍ଥାନୀୟ ଲୋକେ ଅସୁବିଧା ଭୋଗୁଛନ୍ତି। ଜରୁରୀକାଳୀନ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଏଯାବତ ଯାତାୟାତ ସମ୍ଭବ ହୋଇପାରିନାହିଁ। ଏଭଳି ପରିସ୍ଥିତି ଯୋଗୁଁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଗତ ୧୭ ତାରିଖରେ ଉପଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହିତ କଳିଙ୍ଗା ଘାଟିରେ ବିକଳ୍ପ ବାଇପାସ୍ ରାସ୍ତା ନିର୍ମାଣ ପାଇଁ ଅନୁଧ୍ୟାନ କରିଥିଲେ। ଏହା ପରେ ବନ ବିଭାଗ ଅଧିକାରୀଙ୍କୁ ସ୍ଥିତି ଯାଞ୍ଚ କରି ଏକ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ରାସ୍ତା ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ସୀମାରେ ଥିବାରୁ ଦୁଇ ଡିଭିଜନର ଘୁ.ଉଦୟଗିରି ଓ ଘୁମୁସର ନର୍ଥ ବନ ଡିଭିଜନର ଅଧିକାରୀମାନେ ମିଳିତ ଭାବେ କଳିଙ୍ଗା ଘାଟି ଅଞ୍ଚଳରେ ଥିବା ବିକଳ୍ପ ବାଇପାସ୍ ରାସ୍ତା ଭାଲିଆପଟା ଅଞ୍ଚଳର ଯାଞ୍ଚ କରିଛନ୍ତି। ଭୌଗୋଳିକ ପରିସ୍ଥିତି,କେଉଁ ଡିଭିଜନର କେତେ ରାସ୍ତା, ଗଛଲତା ନଷ୍ଟ ହେବାର ସମ୍ଭାବନା, ପରିବେଶିକ ପ୍ରଭାବ ଓ ରାସ୍ତା ନିର୍ମାଣ ସୁବିଧା ଆଦି ବିଷୟରେ ବିସ୍ତୃତ ତଥ୍ୟ ସଂଗ୍ରହ କରିଛନ୍ତି ଏହି ଟିମ।

Comments are closed, but trackbacks and pingbacks are open.