କଳାହାଣ୍ଡି ଓ ନବରଙ୍ଗପୁରରେ ମୃଦୁ ଭୂମିକମ୍ପ ର ଝଟକା : ତୀବ୍ରତା ୩.୫ ରେକର୍ଡ

21

କଳାହାଣ୍ଡି ଓ ନବରଙ୍ଗପୁରରେ ଆଜି ଅନୁଭୂତ ହୋଇଛି ମୃଦୁ ଭୂକମ୍ପ । ସକାଳ ୧୧ଟା ୨୯ ମିନିଟରେ ଭୂମିକମ୍ପ ର ଝଟକା ଲାଗିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଛି କଳାହାଣ୍ଡି । ଭୂମିକମ୍ପର ଗଭୀରତା ୯ କିମି ରହିଥିବାବେଳେ ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୫ ରେକର୍ଡ ହୋଇ ଥିବା ସୂଚନା ମିଳିଛି । \ଚନ୍ଦାହାଣ୍ଡି, ଝରିଗାଁ, ଉମରକୋଟ ଓ ଡାବୁଗାଁ ବ୍ଲକରେ ଭୂମିକମ୍ପ ଅନୁଭୂତ ହୋଇଛି । ଫଳରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ବାହାରି ଆସିଥିଲେ। ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.