କେ.ଏଲ୍. ରାହୁଲ ଦେବେ ୨୪ ଲକ୍ଷ ଟଙ୍କା ର ଜରିମାନା

26

ଧିମା ଓଭର ରେଟିଂ ନିମନ୍ତେ ଲକ୍ଷ୍ନୌ ସୁପର ଜିଆଣ୍ଟ କ୍ୟାପଟେନ କେ.ଏଲ୍. ରାହୁଲଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା ହୋଇଛି। ରବିବାର ୱାଙ୍କେଡେ ଷ୍ଟାଡିୟମ ଠାରେ ଲକ୍ଷ୍ନୌ ସୁପର ଜିଆଣ୍ଟ ଏହି ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ଖେଳଥିଲା। ରାହୁଲଙ୍କ ଟିମକୁ ବିଜୟ ମଧ୍ୟ ମିଳିଥିଲା। ହେଲେ ତାଙ୍କୁ ବିଜୟ ସହ ଜରିମାନା ଦଣ୍ଡ ମଧ୍ୟ ମିଳିଛି।

ରାହୁଲଙ୍କ ବ୍ୟତୀତ ଟିମରେ ରହିଥିବା ଅନ୍ୟ ୧୧ ଜଣ ଖେଳାଳିଙ୍କୁ ମଧ୍ୟ ମ୍ୟାଚ୍ ଦେୟର ୨୫ ପ୍ରତିଶତ ଅର୍ଥାତ୍ ୬ ଲକ୍ଷ ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଚଳିତ ଆଇପିଏଲ୍ ସିଜିନରେ ଲକ୍ଷ୍ନୌ ବିରୋଧରେ ଦ୍ୱିତୀୟ ଥର ପାଇଁ ଏଭଳି ଧିମା ଓଭର ରେଟିଂ ଅଭିଯୋଗ ଆସିଛି। ଯଦି ଆଗକୁ ଥରେ ଏଭଳି ଅଭିଯୋଗ ଆସେ ତେବେ ରାହୁଲ ଗୋଟିଏ ମ୍ୟାଚ୍ ବାସନ୍ଦ ହେବେ। ତାଙ୍କୁ ଏହା ପୂର୍ବରୁ ସ୍ଲୋଓଭର ରେଟିଂ ନିମନ୍ତେ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଥିଲା। ଏହି ମ୍ୟାଚ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍ ବିରୋଧରେ ଥିଲା। ସେହିପରି ଗତ ୧୯ ତାରିଖରେ ରୟାଲ ଚ୍ୟାଲେଞ୍ଜର ସହ ମୁକାବିଲ ବେଳେ ରାହୁଲଙ୍କୁ ମ୍ୟାଚ ଦେୟର ୨୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିଥିଲା। ଆଇପିଏଲ୍ ଆଚରଣ ବିଧି ଉଲ୍ଲଂଘନ ନେଇ ଏହି ଜରିମାନା ହୋଇଛି।

ସୂଚନାଯୋଗ୍ୟ, ଗତକାଲି ମ୍ୟାଚରେ ରାହୁଲ ଚଳିତ ଆଇପିଏଲ୍ ସିଜିନର ଦ୍ୱିତୀୟ ଶତକ ହାସଲ କରିଥିଲେ। ସେ ୬୨ ବଲରେ ୧୨ଟି ଚୌକା ଓ ୪ଟି ଛକା ମାରିବା ସହ ମୋଟ ୧୦୩ ରନ୍ କରିଥିଲେ। ଏଥିସହ ତାଙ୍କ ଟିମ୍ ୩୬ ରନରେ ବିଜୟୀ ମଧ୍ୟ ହୋଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ତାର ଅଷ୍ଟମ ପରାଜୟ ବରଣ କରିଥିଲା। ଏହି ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟ ୨୦ ଓଭର ଖେଳି ୬ ୱିକେଟ ବିନିମୟରେ ମାତ୍ର ୧୬୮ ରନ କରିଥିଲା। ତେବେ ଏହାକୁ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭର ଖେଳି ୮ ୱିକେଟ ବିନିମୟରେ ମାତ୍ର ୧୩୨ ରନ କରିପାରିଥିଲା।

Comments are closed, but trackbacks and pingbacks are open.