ପଦ୍ମ ଧରିଲେ ଜ୍ୟୋତି ପ୍ରାଣିଗ୍ରାହୀ

48

ଭୁବନେଶ୍ୱର:ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ବିଭିନ୍ନ ରାଜନେତାଙ୍କ ଦଳ ଡିଆ ପର୍ବ ଜୋର ଧରିଛି । ଏହାରି ଭିତରେ ନିକଟରେ ବିଜେଡି ଛାଡ଼ିଥିବା ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା  ଜ୍ୟୋତି ପାଣିଗ୍ରାହୀ ସୋମବାର ବିଜେଡିରେ ସାମିଲ ହୋଇଛନ୍ତି । ତାଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ  ବିଧିବଦ୍ଧଭାବେ ପଦ୍ମ ଧରିଛନ୍ତି ।  ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବସନ୍ତ ପଣ୍ଡାଙ୍କ ସହ ଅନେକ ନେତା ଉପସ୍ଥିତ ଥିଲେ । ପ୍ରକାଶ ଯେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ ଗତ ଗୁରୁବାର ବିଜେଡିକୁ ବାଏ ବାଏ କରିଦେଇଥିଲେ । କେବଳ ସେ ନୁହନ୍ତି, ତାଙ୍କ ସହ ତାଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ବି ବିଜେଡି ଛାଡ଼ିଥିଲେ । ଉଭୟ ନିଜର ଇସ୍ତଫାପତ୍ର ବିଜେଡି ସୁମ୍ରିମୋଙ୍କୁ ପାଖକୁ ପଠାଇଥିଲେ । ଜ୍ୟୋତି ପାଣିଗ୍ରାହୀ ସୁନ୍ଦରଗଡ଼ ବିଜେଡିର ପର୍ଯ୍ୟବେକ୍ଷକ ଥିଲେ । ତେବେ ଇସ୍ତଫା ପରେ ସେ କହିଥିଲେ ଯେ ବିଜେଡିରେ ଆଉ ଗଣତନ୍ତ୍ର ନାହିଁ । ଦଳର ନେତାଙ୍କୁ ଆଉ ଭେଟି ହେଉନାହିଁ । ସେହିପରି ସରୋଜ କହିଥିଲେ ଯେ ତାଙ୍କୁ ଦଳରେ ଅବହେଳା ଓ ଅଣଦେଖା କରାଯାଉଥିଲା ।

Comments are closed, but trackbacks and pingbacks are open.