ନୂଆ ମୁଖ୍ୟ ବିଚାରପତି ଭାବେ ଆସନ୍ତାକାଲି ଶପଥ ନେବେ ଜଷ୍ଟିସ ସଂଜୀବ ଖାନ୍ନା

198

ନୂଆଦିଲ୍ଲୀ: ଆସନ୍ତାକାଲି ସୋମବାର ଦିନ ଭାରତର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ସଂଜୀବ ଖାନ୍ନା। ରାଷ୍ଟ୍ରପତି ଭବନରେ ତାଙ୍କୁ ଶପଥ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଜଷ୍ଟିସ ଖାନ୍ନା ଭାରତର ୫୧ ତମ ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିବେ। ଶନିବାର ଦିନ ମୁଖ୍ୟ ବିଚାରପତି ପଦରୁ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଅବସର ଗ୍ରହଣ କରିଛନ୍ତି। ତାଙ୍କ ପରେ ଜଷ୍ଟିସ ସଂଜୀବ ଖାନ୍ନା ପରବର୍ତ୍ତି ମୁଖ୍ୟ ବିଚାରପତି ହେବେ ବୋଲି ଘୋଷଣା କରାଯାଇଛି। ଜଷ୍ଟିସ ଖାନ୍ନା ବହୁ ବିବାଦୀୟ ମାମଲାରେ ରାୟ ପ୍ରକାଶ କରିବା କିମ୍ବା ସେହି ବେଞ୍ଚରେ ରହି ମତ ରଖିବା କାର୍ଯ୍ୟ କରିଛନ୍ତି।

Comments are closed, but trackbacks and pingbacks are open.