ଜୁନିଅର ବିଶ୍ୱ କପ ହକି : କୋରିଆ ଠାରୁ ଆମେରିକା ୧-୫ରେ ପରାସ୍ତ

15

କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଜୁନିଅର ବିଶ୍ୱ କପ ହକି ରେ ତୃତୀୟ ଦିନରେ ଦ୍ୱିତୀୟ ମ୍ୟାଚ୍ କୋରିଆ ଏବଂ ମେରିକା ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଆମେରିକା କୋରିଆ ଠାରୁ ୧-୫ରେ ହାରି କ୍ୱାର୍ଟର ଫାଇନାଲ ରେସରୁ ବାଦ୍ ପଡିଛି।
ପ୍ରଥମ କ୍ୱାର୍ଟର ବା ମ୍ୟାଚର ୪ ମିନିଟରେ କୋରିଆ ଦଳ ତରଫରୁ ପ୍ରଥମ ଗୋଲ ଦେଇଥିଲେ ଲି ସିଉଙ୍ଗ। ପରେ ଦ୍ୱାଦଶ ମିନିଟରେ ଜେଓଙ୍ଗ ଜୁନ ସେଓଙ୍ଗ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରି କୋରିଆକୁ ୨-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ୨୭ତମ ମିନିଟରେ ଦଳୀୟ ତୃତୀୟ ଗୋଲ ସ୍କୋର ହବାଙ୍ଗ ଜିଡୋଙ୍ଗ କରିଥିଲେ। ଏଥିସହ କୋରିଆ ପ୍ରଥମାର୍ଦ୍ଧ ସୁଦ୍ଧା ୩-୦ ଗୋଲର ଅଗ୍ରଣୀ ଲାଭ କରିଥିଲା। ଏହାପରେ କୋରିଆ ୪ ଗୋଲ୍ ବ୍ୟବଧାନରେ ମୁକାବିଲାକୁ ଜିତି ନେଇଥିଲା। ଆସନ୍ତା ୨୮ତାରିଖରେ କୋରିଆ ତାର ଶେଷ ଲିଗ ମ୍ୟାଚ୍ ସ୍ପେନ ବିପକ୍ଷ ରେ ଖେଳିବାକୁ ଥିବା ବେଳେ ଆମେରିକା ତାର ଶେଷ ଲିଗ ମ୍ୟାଚରେ ଶକ୍ତିଶାଳୀ ନେଦରଲ୍ୟାଣ୍ଡର ସାମ୍ନା କରିବ।

Leave A Reply

Your email address will not be published.