ଜୁନିୟର ବିଶ୍ୱକପ ହକି : ଫ୍ରାନ୍ସ ଠାରୁ ହାରିଲା ଭାରତ

19

ଆଜି ଠାରୁ ଆରମ୍ଭ ହୋଇଥିବା ବିଶ୍ୱକପ ଜୁନିୟର ପୁରୁଷ ହକି ରେ ଆୟୋଜକ ଦଳ ଭାରତକୁ ଲାଗିଛି ଜବରଦସ୍ତ ଝଟକା ଇ ଆଜି ଭାରତ ତା’ର ପ୍ରଥମ ମ୍ୟାଚରେ ଫ୍ରାନ୍ସ ନିକଟରୁ ୪-୫ ଗୋଲରେ ପରାସ୍ତ ହୋଇଛି। ଆଉ ଏଥିସହ ଭାରତ ଜୁନିୟର ବିଶ୍ୱକପରେ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ହରାଇ ଫ୍ରାନ୍ସ ବଡ଼ ବିପର୍ଯ୍ୟୟ ଘଟାଇଛି।

କଳିଙ୍ଗ ଷ୍ଟାଡିୟମରେ ଗ୍ରୁପ୍-ବି’ର ଦ୍ୱିତୀୟ ମ୍ୟାଚରେ ଭାରତ ଓ ଫ୍ରାନ୍ସ ସାମ୍ନାସାମ୍ନି ହୋଇଥିଲେ। ମ୍ୟାଚ୍ ପୂର୍ବରୁ ଭାରତକୁ ଫେବରିଟ୍ ବୋଲି କୁହାଯାଉଥିଲା। କିନ୍ତୁ ଫ୍ରାନ୍ସ ସବୁ ପୂର୍ବାନୁମାନକୁ ଭୁଲ୍ ପ୍ରମାଣିତ କରିଛି। ଫ୍ରାନ୍ସ ପକ୍ଷରୁ ଟି. କ୍ଲିମେଣ୍ଟ ହ୍ୟାଟ୍ରିକ୍ ଗୋଲ୍ ସ୍କୋର କରିଥିଲେ। ଭାରତ ଶେଷ ମୁହୂର୍ତ୍ତରେ ଲଗାତର ଦୁଇଟି ଗୋଲ୍ ଦେଇଥିଲେ ମଧ୍ୟ ଦଳ ପରାଜୟ ବରଣ କରିଥିଲା ।

Leave A Reply

Your email address will not be published.