ଢିଙ୍କିଆରେ ଜେଏସଡବ୍ଲୁ ଜନଶୁଣାଣି ବେଳେ ବିପକ୍ଷବାଦୀଙ୍କ ସହିତ ପୋଲିସ ର ଠେଲାପେଲା

20

ଆଜି ଢ଼ିଙ୍କିଆ ରେ ଜେଏସଡବ୍ଲୁ ଜନଶୁଣାଣି ବେଳେ ବିପକ୍ଷବାଦୀ ଙ୍କ ସହିତ ପୋଲିସ ମଧ୍ୟରେ ପୁଣି ଅପ୍ରୀତିକର ପରିସ୍ଥିତି ଦେଖାଦେଇଛି I କିଛି ସମୟ ପାଇଁ ପ୍ରକଳ୍ପ ବିରୋଧୀ ଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା I ପୂର୍ବରୁ ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଢ଼ିଙ୍କିଆରେ ସୃଷ୍ଟି ହୋଇଥିବା ଜନ ଅସନ୍ତୋଷ ଓ ପୋଲିସର ମାତ୍ରାଧିକ କାର୍ଯ୍ୟର ଅଭିଯୋଗକୁ ନେଇ ଢ଼ିଙ୍କିଆରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ପୁଣି ଥରେ ଜନ ଶୁଣାଣି ହୋଇଥିଲା ।ପ୍ରାପ୍ତ ଖବର ଅନୁଯାୟୀ ଢିଙ୍କିଆ ଜନଶୁଣାଣି ବେଳେ ଜେଏସଡବ୍ଲୁ ବିପକ୍ଷବାଦୀଙ୍କ, ସହିତ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଜନଶୁଣାଣି ଶିବିରଠାରୁ ଦୂରରେ ରଖାଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ବିରୋଧ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଥିବା କହିଥିଲା ପ୍ରଶାସନ। ତେବେ ପ୍ରଶାସନର ଏପରି ଦାବିକୁ ଖଣ୍ଡନ କରିଛନ୍ତି ହାଇକୋର୍ଟଙ୍କ ଦ୍ଵାରା ଗଠିତ କମିଟିର ସଦସ୍ୟ।
ସୂଚନା ଅନୁସାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଏସଡବ୍ଲୁ ପ୍ରକଳ୍ପକୁକୁ ନେଇ ଆଜି ଢ଼ିଙ୍କିଆରେ ଶେଷ ହୋଇଛି ଦ୍ବିତୀୟ ଥର ଜନ ଶୁଣାଣି । ଢ଼ିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ଜନ ଶୁଣାଣିରେ ଢ଼ିଙ୍କିଆ ପଞ୍ଚାୟତର ଅନେକ ଗାଁର ଗ୍ରାମବାସୀଙ୍କ ସମେତ ଜଗତସିଂହପୁର ଜିଲାପାଳ,ଏସ୍‌ପି, ବିଭିନ୍ନ ପ୍ରଶାସନିକ ଅଧିକାରୀ ଓ ହାଇକୋର୍ଟଙ୍କ ଦ୍ଵାରା ଚୟନ କରାଯାଇଥିବା ପ୍ରତିନିଧି ମାନେ ଉପସ୍ଥିତ ରହି ଗ୍ରାମବାସୀଙ୍କ ଅଭିଯୋଗ ଶୁଣିଥିଲେ। ତେବେ ଜନଶୁଣାଣିରେ ଜେଏସଡବ୍ଲୁ ସପକ୍ଷବାଦୀଙ୍କୁ ବହୁ ସମୟ କହିବାକୁ ଦିଆଯାଇଥିଲା। ମାତ୍ର ବିପକ୍ଷବାଦୀଙ୍କୁ କହିବାକୁ ଦିଆଯାଇ ନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି କିଛି ବିପକ୍ଷବାଦୀ ଜନଶୁଣାଣିରୁ ଉଠି ପଳାଇ ଯାଇଥିବା ଦେଖିବାକୁ ମିଳିଥିଲା।

Comments are closed, but trackbacks and pingbacks are open.