ମିସ୍ ୱାର୍ଲ୍ଡ- ୨୦୨୬ ମୁକୁଟ ବିଜୟିନୀ ହେଲେ ଜୋହେରୀ ମୋଲା

10

ନୂଆଦିଲ୍ଲୀ:ଭିଏତନାମ୍‌ରେ ଶନିବାର ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ ରିପବ୍ଲିକର ସୁନ୍ଦରୀ ଜୋହେରୀ ମୋଲା ଚଳିତ ବର୍ଷର ‘ମିସ୍ ୱାର୍ଲ୍ଡ ୨୦୨୬’ ମୁକୁଟ ନିଜ ନାମରେ କରିଛନ୍ତି l ଏହି ପ୍ରତିଯୋଗିତାରେ ୧୧୦ ଦେଶର ପ୍ରତିଯୋଗୀ ଭାଗ ନେଇଥିବାବେଳେ ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ମୋଟ୍ ୬ ଜଣ ପ୍ରତିଯୋଗୀ ପହଞ୍ଚିଥିଲେ, ଯେଉଁଥିରେ ଇରିଟ୍ରିଆ, ସ୍ପେନ, ମାଲେସିଆ, ଭିଏତନାମ, ଡୋମିନିକାନ ରିପବ୍ଲିକ ଏବଂ ଦକ୍ଷିଣ ଆଫ୍ରିକାର ସୁନ୍ଦରୀମାନେ ସାମିଲ ଥିଲେ। ସ୍ପେନ୍‌ର ଏଲିସାବେଥ୍‌ ରେନେସ୍‌ ଆଲାବେର୍ନ ପ୍ରଥମ ରନର-ଅପ୍‌ ହୋଇଥିବାବେଳେ ମାଲେସିଆର ତାନୁସିୟା ଚେଟ୍ଟି ଦ୍ୱିତୀୟ ରନର-ଅପ୍‌ ହୋଇଛନ୍ତି। ଭାରତରୁ ପ୍ରତିନିଧିତ୍ୱ କରୁଥିବା ନିକିତା ପୋରଓ୍ୱାଲ ଶୀର୍ଷ ୪୦ ଫାଇନାଲିଷ୍ଟଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ମିସ୍‌ ୱାର୍ଲଡର ଅଫିସିଆଲ ଓ୍ୱେବ୍‌ସାଇଟ୍‌ ଅନୁଯାୟୀ, ଜୋହିରି ମୋଲା ହେଉଛନ୍ତି ଜଣେ ଉତ୍ସର୍ଗୀକୃତ ପ୍ରଶିକ୍ଷକ, ସମାଜସେବୀ ଏବଂ ଯୋଗାଯୋଗକାରୀ। ସେ ୟନିଭର୍ସିଡାଡ ଇବେରୋମେରିକାନାରୁ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟ ଏବଂ ଆଡମିନିଷ୍ଟ୍ରେଶନରେ ଡିଗ୍ରୀ ହାସଲ କରିଛନ୍ତି।

Comments are closed, but trackbacks and pingbacks are open.