ଭୁବନେଶ୍ୱର: ଓଡ଼ିଶା ଫେରିଲା ବାଘୁଣୀ ଜିନ୍ନତ । ଏନଟିସିଏ ଛାଟ ପରେ ପଶ୍ଚିମବଙ୍ଗ ଆଲିପୁର ଚିଡ଼ିଆଖାନାରୁ ବିଳମ୍ବିତ ରାତିରେ ଓଡ଼ିଶା ଫେରିଛି ଜିନ୍ନତ। ବନବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଡିରେ ପାଇଲଟିଂ କରି ଜିନ୍ନତକୁ ଓଡ଼ିଶା ଅଣାଯାଇଛି । ଓଡ଼ିଶାରେ ପହଞ୍ଚିବା ପରେ ଜିନ୍ନତକୁ ଶିମିଳିପାଳ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି ।୨ ଦିନ ତଳେ ପଶ୍ଚିମବଙ୍ଗ ବାଙ୍କୁରାରେ ଜିନତକୁ ଟ୍ରାଙ୍କୁଲାଇଜ୍ କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଆଲିପୁର ଚିଡ଼ିଆଖାନା ନିଆଯାଇଥିଲା। ଏହାକୁ ନେଇ ହରଡ଼ଘଣାରେ ପଡିଥିଲା ପଶ୍ଚିମବଙ୍ଗ ବନବିଭାଗ। ବାଘୁଣୀକୁ କାହିଁକି ଓଡ଼ିଶା ନ ପଠାଇ ଆଲିପୁର ଚିଡ଼ିଆଖାନାକୁ ପଠାଗଲା, ସେ ନେଇ ପ୍ରଶ୍ନ ଉଠାଇଥିଲେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ- ଏନଟିସିଏ। ଏ ନେଇ ଏନଟିସିଏ ପକ୍ଷରୁ ପଶ୍ଚିମବଙ୍ଗର ଚିଫ୍ ୱାଇଡଲାଇଫ୍ ୱାର୍ଡେନଙ୍କୁ ଚିଠି କରାଯାଇଥିଲା। ଏଥିସହ ଏସଓପି ଅନୁସାରେ ତୁରନ୍ତ ବାଘୁଣୀକୁ ଓଡ଼ିଶା ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏନଟିସିଏ । ଏହାପରେ ଗତ ରାତିରେ ଏକ ସ୍ୱତନ୍ତ୍ର ଗାଡିରେ ଶିମିଳିପାଳରେ ପହଞ୍ଚିଛି ଜିନ୍ନତ ।ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ଘୁରି ବୁଲିବା ପରେ ଜଙ୍ଗଲୀ ରାସ୍ତା ଦେଇ ଝାରଖଣ୍ଡ ପଳାଇ ଯାଇଥିଲା ‘ଜିନ୍ନତ’ । ଝାଡ଼ଖଣ୍ଡରେ କିଛି ଦିନ ରହିବା ପରେ ସେ ପଶ୍ଚିମବଙ୍ଗ ପଳାଇ ଯାଇଥିଲା। ସେଠାରେ ବାଙ୍କୁରାରେ ବୁଲୁଥିବା ବେଳେ ଗତ ରବିବାର ତାକୁ ଟ୍ରାଙ୍କୁଲାଇଜ୍ କରାଯାଇଥିଲା। ଏହାପରେ ସ୍ୱାସ୍ଥ୍ର ପରୀକ୍ଷା ନିମନ୍ତେ ତାକୁ ଆଲିପୁର ଚିଡ଼ିଆଖାନା ନିଆଯାଇଥିଲା। ତେବେ ଶିମିଳିପାଳ ନିଆ ନ ଯାଇ କ’ଣ ପାଇଁ ଆଲିପୁର ନିଆଗଲା ବୋଲି ପଚାରି ବର୍ଷିଛନ୍ତି ଏନଟିସିଏ ।
Comments are closed, but trackbacks and pingbacks are open.