ଜିତୁ ମୁଣ୍ଡା ଘଟଣା : ନିର୍ମଳାଙ୍କୁ ଚିଠି ଲେଖିଲେ ନବୀନ

24

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଜିତୁ ମୁଣ୍ଡାଙ୍କ ଘଟଣାକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ସମ୍ବେଦନଶୀଳ ମାମଲାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି। ନବୀନ ତାଙ୍କ ଚିଠିରେ କେନ୍ଦୁଝର ଜିଲ୍ଲା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମଲିପୋଷି ଶାଖାରେ ଘଟିଥିବା ବ୍ୟବସ୍ଥାଗତ ବିଭ୍ରାଟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଭଳି ଗୁରୁତର ତ୍ରୁଟି ପାଇଁ କିଏ ଦାୟୀ, ତାହା ତୁରନ୍ତ ସ୍ଥିର କରିବାକୁ ସେ ଦାବି କରିଛନ୍ତି। ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ଯେପରି ନାଗରିକ କେନ୍ଦ୍ରିକ ସେବା ପ୍ରଦାନକୁ ଅଧିକ ସହଜ ଓ ସ୍ୱଚ୍ଛ କରିପାରିବେ, ସେଥିପ୍ରତି ଦୃଷ୍ଟି ଦେବାକୁ ନବୀନ ଗୁରୁତ୍ୱାରୋପ କରିଛନ୍ତି। ସୂଚନାଯୋଗ୍ୟ ଯେ, ଜିତୁ ମୁଣ୍ଡାଙ୍କ ଘଟଣାରେ ରାଜ୍ୟ ସରକାର RDC ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। RDC ତାଙ୍କ ରିପୋର୍ଟରେ ଏହି ଘଟଣା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ, ବ୍ୟାଙ୍କ ସଂଘ RDCଙ୍କ ଏହି ତଦନ୍ତକୁ ଚ୍ୟାଲେଞ୍ଜ କରିଥିବାରୁ ଏବେ ଏହି ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Comments are closed, but trackbacks and pingbacks are open.