ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ୍, ବିଜ୍ଞପ୍ତି ଜାରି କଲା ଏନଟିଏ

24

ନୂଆଦିଲ୍ଲୀ : ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଜେଇଇ ମେନ୍ ୨୦୨୩ ପରୀକ୍ଷା ବିଜ୍ଞପ୍ତି ଜାରି ହୋଇଯାଇଛି । ଜେଇଇ ମେନ୍ ୨୦୨୩ ପରୀକ୍ଷା ଦୁଇଟି ପର୍ଯ୍ଯାୟରେ ଆୟୋଜିତ କରାଯିବ । ପ୍ରଥମ ପର୍ଯ୍ଯାୟ ଜାନୁଆରୀ ୨୦୨୩ରେ ଏବଂ ଦ୍ୱିତୀୟ ପର୍ଯ୍ଯାୟ ଏପ୍ରିଲ ୨୦୨୩ରେ ଆୟୋଜିତ ହେବ । ଚଳିତଥର ମଧ୍ୟ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜଏଣ୍ଟ ଏଣ୍ଟ୍ରାନ୍ସ ଏଗଜାମିସନ (ଜେଇଇ)ର ଆୟୋଜନ ଦାୟିତ୍ୱ ନ୍ୟାସନାଲ ଟେଷ୍ଟିଂ ଏଜନ୍ସି (ଏନଟିଏ)କୁ ହସ୍ତାନ୍ତର କରାଯାଇଛି । ଏନଟିଏ ବିଜ୍ଞପ୍ତି ଜାରି କରି କହିଛି ଯେ ପ୍ରଥମ ପର୍ଯ୍ଯାୟ ପରୀକ୍ଷା ଜାନୁଆରୀ ୨୦୨୩ରେ ଆୟୋଜିତ ହେବ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆଜିଠୁ ଅର୍ଥାତ ୧୫ ଡିସେମ୍ବରରୁ ଆରମ୍ଭ ହୋଇଯାଇଛି । ଆବେଦନର ଶେଷ ତାରିଖ ୧୨ ଜାନୁଆରୀ ୨୦୨୩ ରହିଛି। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ଜାନୁଆରୀ ୨୪, ୨୫, ୨୭, ୨୮, ୨୯, ୩୦ ଓ ୩୧ ଧାର୍ଯ୍ୟ କରାଯାଇଛି।

ଇଞ୍ଜିନିୟରିଂ ଆଡମିଶନ ପାଇଁ ଦେଶର ସବୁଠୁ ବଡ଼ ପ୍ରବେଶ ପରୀକ୍ଷାରେ ସାମିଲ ହେବା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଏନଟିଏ ଜେଇଇ ମେନର ଅଫିସିଆଲ ୱେବସାଇଟ୍ Jeemain.nta.nic.in କୁ ଯାଇ ଆବେଦନ କରିପାରିବେ । ଜେଇଇ ମେନ୍ ୨୦୨୩ ପରୀକ୍ଷାକୁ ୧୩ଟି ଭାଷାରେ ଅର୍ଥାତ ଇଂରାଜୀ, ହିନ୍ଦୀ, ଆସାମିୟା, ବଙ୍ଗାଳି, ଗୁଜୁରାଟୀ, କନ୍ନଡ, ମଲୟାଲମ, ମରାଠି, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲେଗୁ ଏବଂ ଉର୍ଦ୍ଦୁରେ ଆୟୋଜିତ କରାଯିବ ।

Comments are closed, but trackbacks and pingbacks are open.