ନକଲି ମଦ ଉପରେ ଚାଲିଲା ଜେସିବି

82

ଭୁବନେଶ୍ୱର: ରେଡ ପରେ ତୁରନ୍ତ ଆକ୍ସନ । ଆଜି ବରମୁଣ୍ଡାସ୍ଥିତ ଏକ ସରକାରୀ ମଦ ଦୋକାନରୁ ନକଲି ମଦ ଜବତ ପରେ ସେଗୁଡ଼ିକୁ ନଷ୍ଟ କରାଯାଇଛି । ଜେସିବି ଅଣାଯାଇ ଉକ୍ତ ମଦଗୁଡ଼ିକୁ ନଷ୍ଟ କରାଯାଇଛି । ସରକାରୀ ମଦ ଦୋକାନରେ ନକଲି ମଦ ମିଳିଛି । ସେ ପୁଣି ରାଜଧାନୀ ଭୁବନେଶ୍ୱରରେ । ବରମୁଣ୍ଡାସ୍ଥିତ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି । ଅବକାରୀ ଟିମ ଚଢ଼ଉ କରି ନକଲି ମଦ ଜବତ କରିଛି । ଅସଲି ବୋତଲରେ ନକଲି ମଦ ପୂରାଯାଇ ବିକ୍ରି କରାଯାଉଥିଲା । ତେବେ ସେଗୁଡ଼ିକୁ ଜବତ କରାଯିବା ପରେ ସମ୍ପୃକ୍ତ ଦୋକାନରେ ଥିବା ଅସଲି ସହ ନକଲି ମଦ ବୋତଲକୁ ଜେସିବି ଚଢ଼ାଇ ନଷ୍ଟ କରାଯାଇଛି ।

Comments are closed, but trackbacks and pingbacks are open.