ଭୁବନେଶ୍ୱର: ଆଜି ଏନକାଉଣ୍ଟରରେ ନିପାତ ମୋଟ ୧୨ ଜଣ ନକ୍ସଲଙ୍କ ମଧ୍ୟରୁ ଓଡ଼ିଶାର ଜୟୀରାମ ଥିବା ସୂଚନା ମିଳିଛି । ତେବେ ଜୟୀରାମ ନିପାତ ହେବା ଏକ ବଡ଼ ସଫଳତା ବୋଲି ଉଭୟ ଗୃହମନ୍ତ୍ରୀ ଅମିତ ଶାହା ଓ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି ।
ମୃତ ଜୟୀରାମ ସେଣ୍ଟ୍ରାଲ କମିଟି(ସିସି) ସଦସ୍ୟ ବୋଲି ଜଣାଯାଇଛି । ନକ୍ସଲ ନିପାତ ଇତିହାସରେ କୌଣସି ସିସି ସଦସ୍ୟ ନିପାତ ହେବା ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ଜୟୀରାମକୁ ଧରାଇବାକୁ ୧କୋଟିରୁ ଊର୍ଦ୍ଧ୍ବ ପୁରସ୍କାର ନିଶ୍ଚିତ ଥାଇପାରେ । ତେଣୁ ପୁଲିସକୁ ବଡ଼ ସଫଳତା ବୋଲି କୁହାଯାଇ ପାରିବ । ଅନ୍ୟପକ୍ଷରେ ୨୦୨୬ ସୁଦ୍ଧା ସାରାଦେଶ ନକ୍ସଲ ଶୂନ୍ୟ ହେବା ଆମର ଲକ୍ଷ୍ୟ ବୋଲି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି ।
Next Post
Comments are closed, but trackbacks and pingbacks are open.