ରୁଷ୍ ପ୍ରତିପକ୍ଷଙ୍କୁ ଭେଟିଲେ ଜୟଶଙ୍କର

28

ମସ୍କୋ : ବିଦେଶମନ୍ତ୍ରୀ ଏସ.ଜୟଶଙ୍କର ସଂପ୍ରତି ରୁଷ୍ ଗସ୍ତରେ ଯାଇଥିବାବେଳେ ରୁଷ୍ ବିଦେଶମନ୍ତ୍ରୀ ସର୍ଗେଇ ଲାଭ୍‌ରୋଭ୍‌ଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଅନୁଷ୍ଠିତ ଆଲୋଚନାରେ ବିଭିନ୍ନ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସ୍ଥାନ ପାଇଥିଲା । ଜୟଶଙ୍କର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଭାରତ-ରୁଷ୍ ବନ୍ଧୁତା ଅନେକ ପୁରୁଣା । ବିଭିନ୍ନ ସଙ୍କଟ ସମୟରେ ରୁଷ୍ ଭାରତକୁ ସହଯୋଗର ହାତ ବଢାଇଥିବାରୁ ଏହି ବନ୍ଧୁତ୍ୱ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି । ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ଭଳି ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ଦିଗରେ ଭାରତ ଓ ରୁଷ୍ ମିଳିତଭାବେ କାର୍ଯ୍ୟ କରୁଥିବାରୁ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି ।

Comments are closed, but trackbacks and pingbacks are open.