ରାଜନିତୀକୁ ଓହ୍ଲାଇବେ ଜୟନାରାୟଣଙ୍କ ଝିଅ !

28

ଘେରୋଉ ପାଇଁ ଆଲିଥିଲେ ମିଠା ଖାଇ ଚାଲିଗଲେ । ଇସ୍ତଫା ଦାବିପତ୍ର ପତ୍ରିବାଦରେ ଆସିଥିଲେ ଅତିଥି ସତକାର ପାଇଫେରିଗଲେ ! ମାଷ୍ଟ୍ରକାର୍ଡ ଖେଲିଲେ ଶୁଭଶ୍ରୀ ! ରାଜନିତୀକୁ ଓହ୍ଲାଇବେ ଜୟନାରାୟଣଙ୍କ ଝିଅ ! ସରଗରମ ହେଉଛି ରାଜ୍ୟ ରାଜନିତୀ । ଜୟନାରାୟଣକୁ ନେଇ ସବୁଠି ଚର୍ଚ୍ଚା । ରାଜନୀତିରେ କିନ୍ନରଙ୍କ ଏଣ୍ଟ୍ରି । କିନ୍ନରମାନେ ରାଜନୈତିକ ପ୍ରସଙ୍ଗକୁ ନେଇ ଦୁଇଟି ଜାଗାରେ ପ୍ରତିବାଦକୁ ଓହ୍ଲାଇଥିଲେ । ଗୋଟିଏ ପଟେ ବିରୋଧୀ ଦଳ ନେତାଙ୍କ ଇସ୍ତଫା ଦାବିରେ ଜୟନାରାୟଣ ମିଶ୍ରଙ୍କ ବାସଭବନ ଘେରଥିଲେ ବିଜେଡି ସମର୍ôଥତ କିନ୍ନର ।

ଅନ୍ୟପଟେ ଆଇନଶୃଙ୍ଖଳା ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଘର ଆଗରେ ବିଜେପି ସମର୍ôଥତ କିନ୍ନରଙ୍କ ପ୍ରତିବାଦ ଦେଖିବାକୁ ମିଳିଥିଲା । ମହିଳା ପୁଲିସ କର୍ମଚାରୀଙ୍କୁ ହାତ ଉଠାଇବା ଘଟଣାକୁ ବିରୋଧ କରିବା ସହ ଜୟନାରାୟଣ ମିଶ୍ରଙ୍କ ବାସଭବନ ଆଗରେ ପ୍ରତିବାଦ କରିଥିଲେ କିନ୍ନର । ଛି-ଛି ଥୁ-ଥୁ ନାରା ଦେଇ ବିରୋଧୀ ଦଳ ନେତା କ୍ଷମା ମାଗନ୍ତୁ ବୋଲି ଦାବି କରିଥିଲେ ଶାସକ ଦଳକୁ ସମର୍ଥନ କରୁଥିବା କିନ୍ନର । ଆଉ ଗୋଟିଏ ପଟେ ରାଜ୍ୟର ଆଇନ ଶୃଙ୍ଖଳା ନେଇ ପ୍ରଶ୍ନ ଉଠାଇବା ସହ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ବାସଭବନ ଆଗରେ ପ୍ରତିବାଦ କରିଥିଲେ ବିଜେପି ସମର୍ଥନ କରୁଥିବା କିନ୍ନର ।

ପ୍ରତିବାଦର ଏହି ଚିତ୍ର ଭିତରେ ଜୟନାରାୟଣ ମିଶ୍ରଙ୍କ ବାସଭବନ ଆଗରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ । ଜୟନାରାୟଣ ମିଶ୍ରଙ୍କୁ ବିରୋଧ କରୁବାକୁ ଆସିଥିବା ବେଳେ ଭେଟିଥିଲେ ଜୟନାରୟଣଙ୍କ ଝିଅଙ୍କୁ । ଆନ୍ଦୋଳନରୁ ବାପାଙ୍କୁ ବଞ୍ଚାଇବାକୁ ଝିଅ ଖେଳିଦେଲେ ମାଷ୍ଟ୍ରଷ୍ଟୋକ । ଘରକୁ ଆସିଥିବା ଦେଖି, ସେମାନଙ୍କୁ ମିଠା ଦେଇ ସ୍ୱାଗତ କରିଥିଲେ । କହିଥିଲେ, ବାପାଙ୍କ ଜନ୍ମଦିନରେ ତାଙ୍କ ଘରକୁ ଆସିଥିବା ଅତିଥିଙ୍କୁ ସ୍ୱାଗତ କରିବା ତାଙ୍କ ସଂସ୍କାର । ସେହିପରି ବାପା, ଜୟନାରାୟଣ ମିଶ୍ରଙ୍କ ବିରୋଧରେ ଆସୁଥିବା ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ଶୁଭଶ୍ରୀ ମିଶ୍ର ।

ତେବେ ଶୁଭଶ୍ରୀ କହିଛନ୍ତି ଯେ, ଯଦି ଭବିଷ୍ୟତରେ ରାଜ୍ୟବାସୀ ଚହିଁବେ ତାହା ହେଲେ ରାଜନିତୀକୁ ଓହ୍ଲାଇବେ ବୋଲି ଇସାରା ଦେଇଛନ୍ତି । ବାପାଙ୍କ ବିରୋଧରେ ପତିବାଦକୁ ରୋକିବାକୁ ନେଇ ଚର୍ଚ୍ଚା ଶୁଭଶ୍ରୀ । ତେବେ ଆଗାମୀ ଦିନରେ ସେ କେଉଁ ଦଳରୁ ମଇଦାନକୁ ଓହ୍ଲାଇଛନ୍ତି , ଜୟନାରାୟଣଙ୍କ ଏଭଳି ଲଙ୍କା କାଣ୍ଡପରେ ସେ ଆଗାମୀ ଦିନରେ ଦଳରେ ରହିବେ କି ନାହିଁ ତାହା ମଧ୍ୟ ବଡ ପ୍ରଶ୍ନ ।

Comments are closed, but trackbacks and pingbacks are open.