ପିଏସ୍‌ଓ ଫେରାଇଲେ ଜୟନାରାୟଣ

18

ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ ପୁଲିସ ଗୁଳିରେ ମୃତ୍ୟୁ ବରଣ କରିଥିବାରୁ ପୁଲିସ ବିଭାଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସବୁ ମଧ୍ୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କର ବ୍ୟକ୍ତିଗତ ସୁରକ୍ଷାକର୍ମୀ ଫେରାଇଦେଇଥିବା ଜଣା ପଡିଛି । ପୂର୍ବରୁ ନବ ଦାସଙ୍କ ପିଏସ୍‌ଓ ମିତ୍ରଭାନୁ ଦେଓ ସସ୍‌ପେଣ୍ଡ ହୋଇଥିବା ଖବରରୁ ଜଣା ପଡିଥିଲା । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୁଲିସ ମାରିବା ପରେ ଆଉ ଓଡ଼ିଶା ପୋଲିସ ଉପରେ ବିଶ୍ୱାସ ନଥିବା କହିଛନ୍ତି ଜୟନାରାୟଣ ମିଶ୍ର ।

ଓଡ଼ିଶା ପୁଲିସରେ କାର୍ଯ୍ୟରତ ପୋଲିସ ଅଧିକାରୀ ଅପରାଧରେ ଲିପ୍ତ ଏବଂ ନବ ଦାସଙ୍କ ହତ୍ୟା ପରେ ଏଭଳି ନିଷ୍ପତ୍ତି ନେଇଥିବା କହିଲେ ଜୟନାରାୟଣ ମିଶ୍ର । ସେ ଆହୁରି କହିଛନ୍ତି ଯେ, ଓଡିଶା ପୁଲିସ ରାଜନୈତିକ ଦଳ ଭାବେ କାର୍ଯ୍ୟକରୁଥିବାରୁ ମୋର ବିଶ୍ୱାସ ନାହିଁ । ସେଥିପାଇଁ ସେ ନିଜର ସୁରକ୍ଷା କର୍ମୀଙ୍କୁ ଫେରାଇ ଦେଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛନ୍ତି ଏବଂ ତଦନ୍ତ ପରେ କାରଣ ବାହାରିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ।

Comments are closed, but trackbacks and pingbacks are open.