ରାଜ୍ୟସରକାରଙ୍କୁ ଉପରେ ବର୍ଷିଲେ ଜୟନାରାୟଣ !

40

ସରଗରମ ହେଉଛି ରାଜ୍ୟ ରାଜନିତୀ । ପୁଣି ଚର୍ଚ୍ଚାରେ ଜୟନାରାୟଣ । ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜୟନାରାୟଣ ମିଶ୍ର । ପ୍ରେସମିଟ କରି ମୁଖ୍ୟମନ୍ତ୍ରୀଙ୍କୁ ସିଧା ସଳଖ ଟାର୍ଗେଟ କରିଛନ୍ତି ଜୟନାରାୟଣ । କହିଛନ୍ତି ଯେ, ଗୃହରେ ଆଇନଶୃଙ୍ଖଳା, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ସୀମା ବିବାଦ ଓ ରାଜ୍ୟ ବଜଟେର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି । କିନ୍ତୁ ଗୃହର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଛାଡି ମୁଖ୍ୟମନ୍ତ୍ରୀ ମୁମ୍ବାଇ ଯିବା ଗଣତନ୍ତ୍ର ପାଇଁ ଶୁଭ ଲକ୍ଷଣ ନୁହେଁ ।

ଏଥିସହ ମୁଖ୍ୟମନ୍ତ୍ରୀଙ୍କ ପ୍ରାଥମିକତାରେ ବିଧାନସଭା ନା ପ୍ରାୟୋଜିତ ପୁରସ୍କାର ଗ୍ରହଣ ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ମାନସପୁତ୍ରଙ୍କ ଇମେଜ୍ ଠିକ୍ କରିବାକୁ ମୁମ୍ବାଇ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ନବ ଦାସ ହତ୍ୟାକାଣ୍ଡ ପରେ ତାଙ୍କ ଛବି ବିଗିଡିଛି । ସେଥିପାଇଁ ମୁମ୍ବାଇ ଯାଇ ପ୍ରୟୋଜିତ ପୁରସ୍କାର ଗ୍ରହଣ କରିଛନ୍ତି । କ୍ରୀଡା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ହେଲେ ଖେଳରେ ଓଡିଶା ପଛୁଆ ରାଜ୍ୟ । ହକିରେ ରାଜ୍ୟରୁ ୨ ଜଣ ଖେଳାଳିଙ୍କୁ ଛାଡିଦେଲେ ବାକି ଖେଳରେ ଓଡ଼ିଶାର ସ୍ଥିତି ପୁରା ଖରାପ ରହିଛି । ବିଧାନସଭାରେ ଆଇନ ଶୃଙ୍ଖଳା ପ୍ରସଙ୍ଗ ଆଲୋଚନା ବେଳେ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ନାହାନ୍ତି । ନିଜ ବିଭାଗର ଉତ୍ତର ଦେବାକୁ ମୁଖ୍ୟମନ୍ତ୍ରୀଙ୍କର ସମୟ ନାହିଁ ।

ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କର ଗଣତନ୍ତ୍ର ପାଇଁ ଅନୁପସ୍ଥିତି ଶୁଭଙ୍କର ନୁହେଁ କହିଛନ୍ତି ଜୟନାରାୟଣ ମିଶ୍ର ।

Comments are closed, but trackbacks and pingbacks are open.