ଭୁବନେଶ୍ୱର : କୋଟିପତି ବାବୁ ଗିରଫ । ଜଟଣୀ ପୌରପାଳିକାର ନିର୍ବାଗୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କର ବିଭିନ୍ନ ଠିକଣାରେ ଗତକାଲି ରେଡ କରିଥିଲେ ଭିଜିଲାନ୍ସ । ତାଙ୍କର ଭୁବନେଶ୍ବରରେ ୪ଟି ଫ୍ଲାଟ, ବ୍ରହ୍ମପୁରରେ ଦୁଇଟି ବହୁତଳ କୋଠା ରହିଛି । ସେହିପରି ଜଟଣୀ, ଭୁବନେଶ୍ବର ଓ ବ୍ରହ୍ମପୁରରେ ପାଟ୍ଟଯୋଶୀଙ୍କର ରହିଛି ୧୧ଟି ପ୍ଲଟ। ରେଡ ବେଳେ ତାଙ୍କ ଘରୁ ନଗଦ ୧୭ ଲକ୍ଷ ଟଙ୍କା ଓ ୪୭୫ ଗ୍ରାମ ସୁନା ଅଳଙ୍କର ମିଳିଛି । ତାଙ୍କର ବିଭିନ୍ନ ବ୍ୟାଙ୍କରେ ୯୦ ଲକ୍ଷ ଟଙ୍କା ଜମା ରହିଥିବା ଜଣାଯାଇଛି । ଜଟଣୀରେ ଅଫିସ, ଭୁବନେଶ୍ବରରେ ଫ୍ଲାଟ, ସୋରଡା ସ୍ଥିତ ତିନୋଟି ଘର ଓ ଗଞ୍ଜାମ ଧରାକୋଟ ବ୍ଲକ ସିଙ୍ଗିପୁର ଗାଁରେ ଥିବା ଭଉଣୀଙ୍କ ଘରେ ଏକକାଳୀନ ଚାଲିଛି ରେଡ ଭିଜିଲାନ୍ସ । ତାଙ୍କର ଗୋଟିଏ କାର ଓ ତିନୋଟି ବାଇକ ଥିବା ରେଡ ବେଳେ ଜଣାପଡ଼ିଛି ।
Comments are closed, but trackbacks and pingbacks are open.