ବାନ୍ଦ୍ରାରେ ୬୫ କୋଟିର ଫ୍ଲାଟ୍ କିଣିଲେ ଜାହ୍ନବୀ

27

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଶ୍ରୀଦେବୀ ଓ ବୋନି କପୁରଙ୍କ ଜ୍ୟେଷ୍ଠା କନ୍ୟା ଜାହ୍ନବୀ କପୁର ଇତିମଧ୍ୟରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ୬୫ କୋଟି ଟଙ୍କାରେ ଏକ ବିଳାସପୂର୍ଣ୍ଣ ଡ୍ୟୁପ୍ଲେକ୍ସ ଫ୍ଲାଟ୍ କିଣିଥିବା ଜଣାପଡିଛି । ୮୬୬୯ ବର୍ଗଫୁଟ ସ୍ଥାନରେ ନିର୍ମିତ ଏହି ଫ୍ଲାଟ୍‌ର କାର୍ପେଟ ଏରିଆ ହେଉଛି ୬୪୨୧ ବର୍ଗଫୁଟ୍ । ଉକ୍ତ ଆପାର୍ଟମେଣ୍ଟରେ ଓପନ ଗାର୍ଡେନ, ସୁଇମିଂ ପୁଲ, ପାର୍କିଂ ସ୍ଥାନ, ମାର୍କେଟ କମ୍ପେ୍ଲକ୍ସ ସମେତ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଥିବା ଜଣାପଡିଛି ।

Comments are closed, but trackbacks and pingbacks are open.