ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌: ଜମ୍ମୁରୁ ଫେରିବେ ଓଡ଼ିଆ ଛାତ୍ରଛାତ୍ରୀ

102

ଶ୍ରୀନଗର, ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଓଡ଼ିଶା ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିଛନ୍ତି। ଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ଛାତ୍ରୀଛାତ୍ରଙ୍କ ପାଇଁ ଏହି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏହି ନମ୍ବରଗୁଡ଼ିକ ହେଲା-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧। ଏହି ନମ୍ବରରେ ଯୋଗାଯୋଗ କରିବାକୁ ପରିବାରବର୍ଗଙ୍କୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ଏଥିସହିତ ସ୍ଵତନ୍ତ୍ର ଟିମ୍‌ର ବ୍ୟବସ୍ଥା କରାଯାଇଥିବାବେଳେ ୫ଟି ଟିମ୍‌ କରି ଅଧିକାରୀଙ୍କୁ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି।
ସୂଚନା ଥାଉକି, ଗୁରୁବାର ରାତିରେ ପାକିସ୍ତାନର ଡ୍ରୋନ ମାଡ଼ ପରେ ବିଶ୍ଵବିଦ୍ୟାଳୟକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed, but trackbacks and pingbacks are open.