ଜମ୍ମୁ-କଶ୍ମୀର ରେ ଫେରୁଛି ଶାନ୍ତି

364

ନୂଆଦିଲ୍ଲୀ: ଗତକିଛି ଦିନର ଉତ୍ତେଜନାମୂଳକ ସ୍ଥିତି ପରେ ଏବେ ଜମ୍ମୁ-କଶ୍ମୀରରେ ଶାନ୍ତି ଫେରୁଥିବାର ସୂଚନା ମିଳିଛି। ଆଜି ସେଠାରେ ଲୋକେ ଘରୁ ବାହାରିଛନ୍ତି ଏବଂ ଦୋକାନବଜାର ଖୋଲୁଥିବା ପରିଲକ୍ଷିତ ହୋଇଛି। ଯାନବାହନ ଚଳାଚଳ ବି ଆରମ୍ଭ ହୋଇଛି। ପାକିସ୍ତାନୀ ସେନା ଦ୍ୱାରା କିଛି ଦିନ ଧରି ପ୍ରବଳ ଗୁଳିବର୍ଷା ପରେ, ରବିବାର ଜମ୍ମୁ-କଶ୍ମୀର ଏବଂ ଅନ୍ୟାନ୍ୟ ସୀମାନ୍ତ ଅଞ୍ଚଳରେ ପରିସ୍ଥିତି ଶାନ୍ତପୂର୍ଣ୍ଣ ରହିଥିବା ଦେଖାଯାଇଛି।
ସରକାରୀ ସୂତ୍ର ଅନୁଯାୟୀ, ଜମ୍ମୁ ଅଞ୍ଚଳର ନିୟନ୍ତ୍ରଣ ରେଖା (ଏଲଓସି) ଏବଂ ଅନ୍ତର୍ଜାତୀୟ ସୀମା ନିକଟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନ ବ୍ୟତୀତ ରାତି ୧୧ଟା ପରେ କୌଣସି ଡ୍ରୋନ୍ ଦେଖାଯାଇନାହିଁ। ଏହା ସହିତ, ରାତି ୧୧ଟା ପରେ ପାକିସ୍ତାନ ଦ୍ୱାରା କୌଣସି ଅସ୍ତ୍ରବିରତି ଉଲ୍ଲଂଘନର ରିପୋର୍ଟ ମିଳିନାହିଁ। ଭାରତୀୟ ସେନା ସ୍ପଷ୍ଟ ଭାବରେ ପାକିସ୍ତାନ ସେନାକୁ ଏକ କଡ଼ା ବାର୍ତ୍ତା ଦେଇଛି, ଯାହାକୁ ସରକାରୀ ଭାବରେ ମଧ୍ୟ ଅବଗତ କରାଯାଇଛି।

Comments are closed, but trackbacks and pingbacks are open.