ଜମ୍ମୁ-କଶ୍ମୀରରେ ସେନାକୁ ବଡ ସଫଳତା, ୨ଟି ଏନକାଉଣ୍ଟରରେ ଟଳିଲେ ୫ ପାକିସ୍ତାନୀ ଆତଙ୍କବାଦୀ

15

ଜମ୍ମୁ-କଶ୍ମୀରରେ ସୀମା ସୁରକ୍ଷା ସେନାକୁ ମିଳିଛି ବଡ ସଫଳତା। ବଡ଼ଗାମ ଓ ପୁଲୱାମାରେ ୧୨ ଘଣ୍ଟାରେ ୨ଟି ପୃଥକ ଏନକାଉଣ୍ଟର ଘଟଣା ରେ ୫ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି । ବଡଗାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ଟଳିପଡିଥିଲା। ସେହିପରି ପୁଲଓ୍ଵାମାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ଆତଙ୍କବାଦୀ ମୃତ୍ୟୁ ହୋଇଛି। ଜୈସ-ଏ ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ନିହତ। ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈଶ କମାଣ୍ଡର ଜାହିଦ ୱାନି ନିହତ ହୋଇଥିବା ସୂଚନା ମିଳିଛି I କାଶ୍ମୀରର ଆଇଜିପି ଏହାକୁ ସୁରକ୍ଷାବଳଙ୍କ ବଡ଼ ସଫଳତା ବୋଲି କହିଛନ୍ତି ।

Leave A Reply

Your email address will not be published.