ଜାମ୍ମୁ କାଶ୍ମୀର :କୁଲଗାମରେ ସୁରକ୍ଷା ବାହିନୀ ସହିତ ମୁହାଁମୁହିଁ ଲଢେଇରେ ୨ ଆତଙ୍କବାଦୀ ନିହତ

0 15

ଆଜି ସକାଳୁ ଜାମ୍ମୁ କାଶ୍ମୀରର କୁଲଗାମରେ ସୁରକ୍ଷା ବାହିନୀ କୁ ବଡ଼ ସଫଳତା ମିଳିଛି I ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୨ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଏହି ଆତଙ୍କବାଦୀଙ୍କୁ ଆଲାବାଦର ସଦସ୍ୟ ବୋଲି ଚିହ୍ନଟ କରାଯାଇଛି। ଗତ (ରବିବାର) ରାତିରୁ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଥିଲା। ଉଭୟ ପାର୍ଶ୍ୱରୁ ପ୍ରବଳ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁରକ୍ଷା ବାହିନୀ ୨ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି ।
ଗୁଳି ବିନିମୟ ଚାଲିଥିବା ସୁନିଶ୍ଚିତ କରି ରବିବାର ଦିନ ଜଣେ ପୁଲିସ ଅଧିକାରୀ କହିଥିଲେ, କୁଲ୍‌ଗାମ୍‌ର ହସନ୍‌ପଡ଼ା ଗ୍ରାମରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଯାଇଛି। ପୁଲିସ ଓ ନିରାପତ୍ତା ବଳ ଆତଙ୍କବାଦୀମାନଙ୍କୁ ମୁକାବିଲା କରୁଛନ୍ତି । ୨ଜଣ ଆତଙ୍କବାଦୀ ଫସି ରହିଥିବା ଅନୁମାନ କରାଯାଉଛି । ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସମ୍ପର୍କରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ହସନ୍‌ପଡ଼ାରେ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅପରେସନ୍‌ ଆରମ୍ଭ କରିଥିଲେ । ସନ୍ଦିଗ୍ଧ ସ୍ଥାନକୁ କର୍ଡନ୍‌ କରାଯିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ତଲାସକାରୀ ଦଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟ୍‌ର ସୂତ୍ରପାତ ହୋଇଥିଲା । ଏହା ସହିତ ଜାନୁଆରି ୨୦୨୨ ଜାନୁଆରିର ୭ମ ଏନ୍‌କାଉଣ୍ଟର୍‌ ଏବଂ ଏଯାବତ୍‌ ସୁରକ୍ଷା ବାହିନୀ ପ୍ରାୟ ୧୩ଜଣ ଆତଙ୍କବାଦୀଙ୍କୁ ନିପାତ କରିସାରିଲେଣି । ରବିବାର ଦିନ ଦକ୍ଷିଣ କଶ୍ମୀର ଅନ୍ତର୍ଗତ କୁଲ୍‌ଗାମ୍‌ ଜିଲ୍ଲା ଅନ୍ତର୍ଗତ ହସନ୍‌ପଡ଼ା ଗାଁରେ ନିରାପତ୍ତା ବଳ ଏବଂ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା ।
ସେମାନଙ୍କ ମଧ୍ୟରୁ ୬ଜଣ ଥିଲେ ପାକିସ୍ତାନୀ ନାଗରିକ । ନିହତ ଆତଙ୍କବାଦୀମାନଙ୍କ ଠାରୁ ଆମେରିକା ନିର୍ମିତ ୨ଟି ଏମ୍‌୪ ରାଇଫଲ୍‌, ୨ଟି ଏକେ ୫୬ ଏବଂ ୨ଟି ଏକେ ୪୭ ରାଇଫଲ୍‌ ସମେତ ନିରାପତ୍ତା ବଳ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଉଦ୍ଧାର କରିଛନ୍ତି ।

Leave A Reply

Your email address will not be published.