ଜମ୍ମୁ-କାଶ୍ମୀର : ନିର୍ମାଣାଧୀନ ଟନେଲ ଭୁଷୁଡ଼ିବା ଯୋଗୁଁ ସମସ୍ତ ୧୦ ଶ୍ରମିକ ଙ୍କ ମୃତଦେହ ଉଦ୍ଧାର

20

ଜମ୍ମୁ-କାଶ୍ମୀରର ରାମବନ ଜିଲ୍ଲାରେ ଜାତୀୟ ରାଜପଥରେ ନିର୍ମାଣାଧୀନ ସୁଡ଼ଙ୍ଗ ଧସିଯିବା ଫଳରେ ସେଠାରେ କାର୍ଯ୍ୟରତ ୧୦ ଶ୍ରମିକ ଫସିଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦିଆଯାଇଥିଲା। ଏବେ ଅଧିକାରୀମାନେ କହିଛନ୍ତି ଯେ ଭୂସ୍ଖଳନ ପରେ ଭଗ୍ନାବଶେଷ ମଧ୍ୟରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶନିବାର ସୁଦ୍ଧା ଏହି ଦୁର୍ଘଟଣାରେ ମୃତ ଶ୍ରମିକଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ୫୦ ଘଣ୍ଟା ଧରି ଚାଲିଥିଲା ଅପରେସନ । କାମ ଚାଲିଥିବାବେଳେ ଭୁଷୁଡ଼ିଥିଲା ଟନେଲ । ମୃତକଙ୍କ ପରିବାର ପିଛା ୧୬ ଲକ୍ଷ ଅନୁକମ୍ପା ଘୋଷଣା କରାଯାଇଛି ।ରାମବନର ଡେପୁଟୀ କମିଶନର ମୁସରତ ଇସ୍‌ଲାମ କହିଛନ୍ତି, ସମସ୍ତ ୧୦ ଜଣ ଶ୍ରମିକଙ୍କ ମୃତଦେହ ମିଳିଛି ଏବଂ ଏ ନେଇ ମୃତକଙ୍କ ପରିବାର ଲୋକଙ୍କୁ ସୂଚିତ କରି ଦିଆଯାଇଛି। ମୃତକଙ୍କ ମଧ୍ୟରେ ୫ ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟକୁ ଶେଷ କରାଯାଇଛି।

Comments are closed, but trackbacks and pingbacks are open.