ଜାମ୍ମୁ : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ, AK-୪୭ ସହ ବହୁ ବିସ୍ଫୋରକ ଜବତ

33

ଜମ୍ମୁ:ସୀମାରେ ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କବାଦୀ। ଘଟଣା ଘଟିଛି ଜମ୍ମୁ କଶ୍ମୀରର କୁପୱାରାଠାରେ I ସମ୍ପୃକ୍ତ ୨ ଆତଙ୍କବାଦୀଙ୍କଠାରୁ ୨ଟି ଏକେ-୪୭, ୨ଟି ପିସ୍ତଲ ଏବଂ ୪ଟି ଗ୍ରେନେଡ ଜବତ କରାଯାଇଛି । ତେବେ ଆତଙ୍କବାଦୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନଥିବା ବେଳେ ଏହି ଅଞ୍ଚଳରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଚାଲିଛି।

ଏହା ପୂର୍ବରୁ ଶନିବାର ରାତିରେ ଦକ୍ଷିଣ କାଶ୍ମୀରର ପୁଲୱାମାରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କୀମାନେ ଗୁଳି କରିଥିଲେ।କୁପୱାରାରେ ମାଛିଲ ଅଞ୍ଚଳରେ ଥିବା ଏଲଓସି ଟେକରୀ ନରରେ ଭାରତୀୟ ସେନା ଏବଂ ଜମ୍ମୁ କଶ୍ମୀର ପୁଲିସର ମିଳିତ ଅପରେସନରେ ଏହି ଏନକାଉଣ୍ଟର କରାଯାଇଥିଲା। ମୃତ ଆତଙ୍କବାଦୀଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଯବାନମାନେ ସେମାନଙ୍କଠାରୁ ଦୁଇଟି ଏକେ-୪୭, ଦୁଇଟି ପିସ୍ତଲ ଏବଂ ଚାରିଟି ଗ୍ରେନେଡ ଜବତ କରିଛନ୍ତି। ଏ ସମ୍ପର୍କରେ ଜମ୍ମୁ କାଶ୍ମୀର ପୁଲିସ ସୂଚନା ଦେଇଛି।

ଏହା ପୂର୍ବରୁ ସେପ୍ଟେମ୍ବର ୧୪ରେ, ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ନିହତ ଆତଙ୍କବାଦୀମାନେ ଗଜୱତ-ଉଲ-ହିନ୍ଦ ସହିତ ଜଡିତ ଥିଲେ।

Comments are closed, but trackbacks and pingbacks are open.