ଜମିବ ଦୁର୍ଗାପୂଜା ମେଲୋଡି ; ବଡ ଘୋଷଣା

27

ଭୁବନେଶ୍ୱର: ଆସୁଛି ପୂଜା । ଏଥର ପୂଜାରେ ଜମିବ ରଙ୍ଗରଙ୍ଗ କାର୍ଯ୍ୟକ୍ରମ  ।  ରାଜଧାନୀରେ ରାତି ୧୨ଟା ଯାଏ ଚାଲିବ ମେଲୋଡି । ମନ ଭରି ମଜା ଉଠାଇବେ ଦର୍ଶକ ।  ଏଥିପାଇଁ ଅନୁମତି ଦେଇଛି ପ୍ରଶାସନ ।

ଏଥର  ଦୁର୍ଗାପୂଜା ସମୟରେ ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ହୋଇପାରିବ ମେଲୋଡି। ପୂର୍ବରୁ ରାତି ୧୦ଟା ଯାଏ ମେଲୋଡି କରିବାର ଅନୁମତି ଦିଆ ଯାଇଥିଲା । ଏବର୍ଷ ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ   ମେଲୋଡି ଚାଲି ପାରିବ ବୋଲି ଅନୁମତି ଦେଇଛି ପୋଲିସ ପ୍ରଶାସନ। କଟକରେ ପୂଜା ମଣ୍ଡପ ସଂଖ୍ୟା ୧୬୮ ଥିବାବେଳେ ଭୁବନେଶ୍ୱରରେ କିନ୍ତୁ ୧୮୩ ରହିଛି। ତେଣୁ  ଦୁର୍ଗାପୂଜା, ରାବଣପୋଡ଼ି, ଭସାଣି ଉତ୍ସବ ପାଇଁ କମିଶନରେଟ୍ ପୋଲିସ ସହ ପୂଜା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।

ପୂଜା ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଏବଂ ସୁବ୍ୟବସ୍ଥିତ ଭାବେ ରୀତିନୀତି ସହ ପୂଜା କିଭଳି ହେବ ତାକୁ ନେଇ ଆଲୋଚନା କରାଯାଇଥିଲା ।  ପରେ ୧୨ଟା ଯାଏ ମେଲୋଡି ଚାଲି ପାରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।  ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ  ଏ ନେଇ  ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ଘୋଷଣା ପରେ ସହରବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଛି ।

Comments are closed, but trackbacks and pingbacks are open.