ଯାଜପୁର: ଭଡ଼ାଘରୁ ମିଳିଲା ୧୩ ଲକ୍ଷର ଜାଲ୍‌ ନୋଟ୍‌

10

ଯାଜପୁର ଟାଉନ ର ଏକ ଭଡା ଘରେ ଚାଲିଥିଲା ଜାଲ ନୋଟ କାରବାର I ଯାଜପୁର ଜିଲ୍ଲା ସନ୍ତ ମାଧବ ନିକଟରେ ଏକ ଭଡା ଘରୁ ମିଳିଛି ପାଖାପାଖି ୧୩ ଲକ୍ଷ ଟଙ୍କା ମୂଲ୍ୟ ର ଜାଲ୍‌ ନୋଟ୍‌ । ଖବର ପାଇବା ପରେ ଯାଜପୁର ଟାଉନ୍‌ ଥାନା ପୋଲିସ ଟଙ୍କା ସବୁକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସେହିପରି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଟାଉନ୍‌ ଥାନା ପୋଲିସ ଗିରଫ କରିଥିବା ମଧ୍ୟ ସୂଚନା ମିଳିଛି । ଗିରଫ ବ୍ୟକ୍ତିର ଘର ଯାଜପୁର ମଙ୍ଗଳପୁର ଥାନା କାଟିଆ ଅଞ୍ଚଳର ବୋଲି ଜଣାପଡିଛି । ତେବେ ଏତେ ପରିମାଣର ଜାଲ୍‌ ନୋଟ୍‌ ଏଠାକୁ ଆସିଲା କିପରି ? ଆଣିଲା କିଏ ? ଏଥିରେ ଆଉ କିଏ ସଂପୃକ୍ତି ? ସେନେଇ ମଧ୍ୟ ଛାନ୍‌ଭିନ୍‌ କରୁଛି ଟାଉନ୍‌ ଥାନା ପୋଲିସ ।
ତେବେ ଘଟଣାସଂପର୍କରେ ସମସ୍ତ ତଥ୍ୟ ପ୍ରେସ୍‌ମିଟ୍‌ ଜରିଆରେ ଏସ୍‌ପି ଦେବେ ବୋଲି ସୂଚନା ରହିଛି । ଆଗକୁ ପଞ୍ଚାୟତ ନିର୍ବାଚନ ମଧ୍ୟ ଅଛି । ତାପୂର୍ବରୁ ଏତେ ପରିମାଣର ନକଲି ନୋଟ ଜବତ ହେବା । ପୋଲିସ ପାଇଁ ଏକ ସଫଳତା ବୋଲି ଆଶା କରାଯାଉଛି । କିନ୍ତୁ ଜବତ ହୋଇଥିବା ଟଙ୍କାର ଉତ୍ସ ସଂପର୍କରେ ବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ।

Leave A Reply

Your email address will not be published.