ଜୟଶଙ୍କରଙ୍କ ସାକ୍ଷାତକାର ପ୍ରସାରଣ କାନାଡାରେ ବ୍ୟାନ୍

222

ନୂଆଦିଲ୍ଲୀ: ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ମନ୍ଦିର ଉପରେ ଆକ୍ରମଣ ଏବଂ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯିବା ପରେ କାନାଡା ସରକାରଙ୍କ ଅନ୍ୟ ଏକ କାର୍ଯ୍ୟ ଉପରେ ଖପ୍ପା ହୋଇଛି ଭାରତ। ବାସ୍ତବରେ କାନାଡା ଏକ ଅଷ୍ଟ୍ରେଲୀୟ ମିଡିଆ ସଂସ୍ଥା ‘ଅଷ୍ଟ୍ରେଲିଆ ଟୁଡେ’ ସୋଶାଲ ମିଡିଆ ଆକାଉଣ୍ଟକୁ ବ୍ୟାନ୍ କରିଛି। କାନାଡା ଲୋକେ ଆଉ ଏହି ମିଡିଆ ଦେଖିବାକୁ ସକ୍ଷମ ହେବେ ନାହିଁ। ଅଷ୍ଟ୍ରେଲୀୟ ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗଙ୍କ ସହିତ ଏକ ସାକ୍ଷାତକାର ତଥା ମିଳିତ ସାମ୍ବାଦିକ ସମ୍ମିଳନୀରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଭାରତ-କାନାଡା କୂଟନୀତି ଉପରେ କଡ଼ା ଟିପ୍ପଣୀ କରିଥିଲେ। କନାବେରାରେ ହୋଇଥିବା କାର୍ଯ୍ୟକ୍ରମ ପ୍ରସାରଣ କରିଥିଲା ‘ଅଷ୍ଟ୍ରେଲିଆ ଟୁଡେ’। ଏହାର କିଛି ଘଣ୍ଟା ପରେ କାନାଡା ସରକାର ଏହି ଅଷ୍ଟ୍ରେଲୀୟ ମିଡିଆ ସଂସ୍ଥାକୁ ଦେଶରେ ବ୍ୟାନ କରିଛନ୍ତି। କାନାଡା ସରକାରଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ କଡ଼ା ନିନ୍ଦା କରିଛି ଭାରତ। ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ବାକ୍ ସ୍ୱାଧୀନତା ପ୍ରତି କାନାଡାର ଦୋମୁହାଁ ନୀତିକୁ ଦର୍ଶାଉଛି ବୋଲି ବିଦେଶ ମନ୍ତ୍ରାଳୟ କହିଛି।

Comments are closed, but trackbacks and pingbacks are open.