ଆସନ୍ତା 16 ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରିବେ ଜୟ ଢୋଲକିଆ

209

ଭୁବନେଶ୍ବର: ଖୁବ ଶିଘ୍ର ଜୟ ଢୋଲକିଆ ନୂଆପଡା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ବୋଲି ଘୋଷଣା ହେବ। ଏହାପରେ 16 ତାରିଖରେ ସେ ନୂଆପଡାରେ ନିଜର ପ୍ରାର୍ଥୀପତ୍ର ଦଖଲ କରିବେ। ଏ ନେଇ ରାଜ୍ୟ ବିଜେପି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ପ୍ରାର୍ଥୀପତ୍ର ଦାଖଲ ବେଳେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ରହିବେ। ଏଥିସହିତ ବହୁ ମନ୍ତ୍ରୀ ଏକ ଶୋଭାଯାତ୍ରାରେ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଯୋଜନା ଚାଲିଛି। ଜୟ ଢୋଲକିଆ ବିଜେଡି ଛାଡି ବିଜେପିରେ ମିଶିବା ପରେ ସେ ପ୍ରାର୍ଥୀ ହେବେ ବୋଲି ନିଶ୍ଚିତ ହୋଇଛି। ବିଜେପି ଶାସନ କ୍ଷମତାକୁ ଆସିବା ପରେ ନୂଆପଡା ହେଉଛି ପ୍ରଥମ ଉପନିର୍ବାଚନ। ସେଥିପାଇଁ ଦଳ କିପରି ବିଜୟୀ ହେବ ସେ ନେଇ ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇଉଠିଛନ୍ତି।

Comments are closed, but trackbacks and pingbacks are open.