ଜାଗୃତି ଶୁକ୍ଳାଙ୍କ ନାଁରେ ଥାନାରେ ଏତଲା ଦେଲେ ବର୍ଷା

18

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ନାଁରେ ଥାନାରେ ଏତଲା ଦେଲେ ବର୍ଷା I ଏ ନେଇ ଗୁରୁବାର ବର୍ଷା ପୁରୀଘାଟ ଥାନାରେ ଜାଗୃତି ନାଁରେ ଲିଖିତ ଅଭିଯୋଗ କରିଛନ୍ତି । ଜାଗୃତୀ ତାଙ୍କର ସମ୍ମାନହାନି କରୁଥିବା ଏତଲାରେ ଦର୍ଶାଇଛନ୍ତି ବର୍ଷା। ସୋଶାଲ୍‌ ମିଡ଼ିଆରେ ତାଙ୍କ ନାଁ ନ ନେଇ ଜାଗୃତୀ ତାଙ୍କ ନା ରେ ବଦନାମ କଲା ଭଳି ବିଭିନ୍ନ ଆପତ୍ତି ଜନକ ମନ୍ତବ୍ୟ ଦେଉଥିବା କହିଛନ୍ତି ବର୍ଷା I ଏଭଳି ମନ୍ତବ୍ୟ ଦ୍ବାରା ବର୍ଷାଙ୍କ ମାନହାନୀ ହେଉ ଥିବା ନେଇ ଏତଲାରେ ସେ ଦର୍ଶାଇ ଥିବା ଜଣାପଡ଼ିଛି ।

ସୂଚନା ଥାଉକି କେନ୍ଦ୍ରାପଡ଼ାର ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଏ ପର୍ଯ୍ୟନ୍ତ କୌଣସି ସମାଧାନ ହେଇପାରି ନାହିଁ । ତେବେ ସ୍ପାଉସ୍‌ କାର୍ଡ ପ୍ରତ୍ୟାହାର ମାମଲାରେ ଗତ ସୋମବାର ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ସ୍ପାଉସ୍‌ କାର୍ଡ ପ୍ରତ୍ୟାହାର ଉପରେ ରହିତାଦେଶ ଦେଇଥିଲେ କୋର୍ଟ। ଏଥିସହ ଜବାବ ରଖିବାକୁ ପାର୍ଲାମେଣ୍ଟ ମହାସଚିବ, ଉପନିର୍ଦ୍ଦେଶକ ଓ ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ୍ ଜାରି କରିଥିଲେ। ବର୍ଷାଙ୍କ ପକ୍ଷରୁ ଦାଏର ହୋଇଥିବା ମାମଲାକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ବର୍ଷାଙ୍କୁ ମିଳିଥିବା ସ୍ପାଉସ୍ କାର୍ଡକୁ ଫେରାଇବା ପାଇଁ ପାର୍ଲିଆମେଣ୍ଟ ସଚିବ ନିର୍ଦ୍ଦେଶ ଦେଇଥିଲେ । ସ୍ପାଉସ୍ କାର୍ଡକୁ ଫେରାଇବା ପାଇଁ ଅନୁଭବ ପାର୍ଲିଆମେଣ୍ଟ ସଚିବଙ୍କୁ ଲିଖିତ ଭାବେ ଜଣାଇଥିଲେ ।ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବର୍ଷା । ଏହି ପ୍ରସଙ୍ଗରେ ଜାଗୃତି ସୋସିଆଲ୍ ମିଡିଆରେ ସେ ଲେଖିଥିଲେ, ମୁଁ ଜାଣିବାକୁ ପାଇଲି ଜଣେ ସାଂସଦଙ୍କ ପତ୍ନୀ ବାହାଘର ସାର୍ଟିଫିକେଟ, ପାସପୋର୍ଟ, ପ୍ୟାନକାର୍ଡ, ବ୍ୟାଙ୍କ ଆକାଉଂଟ, ଆୟକର ଦାଖଲ ଭଳି ସମସ୍ତ ଡକୁମେଂଟରେ ଭିନ୍ନ ଭିନ୍ନ ନାଁ ଉଲ୍ଲେଖ କରିଛନ୍ତି । ଏଥିସହ ଆହୁରି ମଧ୍ୟ ଜାଣିବାକୁ ପାଇଲି ଯେ, ସେ ନିଜ ଅଭିଭାବକଙ୍କ ସାଙ୍ଗିଆକୁ ମଧ୍ୟ ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଅଲଗା ଭାବେ ବ୍ୟବହାର କରିଛନ୍ତି । ଏହାକୁ କଣ ଠକାମୀ ଭାବେ ଗ୍ରହଣ କରାଯିବନି? ସେ କଣ ତଦନ୍ତ ପରିସରଭୁକ୍ତ ହେବା ଉଚିତ ନୁହେଁ? ନା ସେ ସାଂସଦଙ୍କ ପତ୍ନୀ ଭାବେ ଏଥିରୁ ମୁକ୍ତି ପାଇଯିବେ? ସାଂସଦଙ୍କ ପତ୍ନୀ ଭାବେ କଣ ସେ ସମସ୍ତ ସୁବିଧା ସୁଯୋଗ ପାଇବା ଉଚିତ?

ତେବେ ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ଅନୁଭବ ଙ୍କ ବାନ୍ଧବୀ ଙ୍କର ଏ ଭଳି ମନ୍ତବ୍ୟ ଦେବା ତାଙ୍କୁ ଆଗକୁ ଅଡୁଆରେ ପକାଇପାରେ ବୋଲି ଚର୍ଚା ହେଉଛି I ଏହାସହିତ ଜାଗୃତି ଙ୍କ ସୋସିଆଲ ମିଡିଆରେ ଦେଇଥିବା ମନ୍ତବ୍ୟ ଉପରେ ଫୋଲଓର୍ସ ତାଙ୍କୁ ଟ୍ରଲ କରିଛନ୍ତି I

Leave A Reply

Your email address will not be published.