ଜଗତସିଂହପୁର: ଧାନ କିଣା ମଣ୍ଡି ଦାୟିତ୍ୱରେ ଥିବା ଅଧିକାରୀମାନେ ମନ ଇଚ୍ଛା ଅନୁପସ୍ଥିତ ରହିବାରୁ, ନୋଡାଲ ଅଫିସରଙ୍କ ମାସକର ଦରମା ବନ୍ଦ କରାଯାଇଛି । ଜଗତସିଂହପୁର ଜିଲ୍ଲାରେ ଥିବା ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଉପରେ ହୋଇଛି ଆକ୍ସନ । ଏଭଳି କଡ୍ଡା ଆକ୍ସନ ନେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ ।
ଗତ ଫେବ୍ରୁଆରୀ ମାସରେ ଧାନ ମଣ୍ଡିରେ ନିଯୁକ୍ତ ଥିବା ପିଇଓ, ଆରଆଇ ଏବଂ ଭିଏଲଡବ୍ଲ୍ୟୁ ଅଧିକାରୀମାନେ କାହାକୁ କିଛି ନ ଜଣାଇ ଛୁଟିରେ ରହିଛନ୍ତି । ଫେବ୍ରୁଆରୀ ୧୨ରୁ ୨୦ ତାରିଖ ଯାଏ ଛୁଟିରେ ଥିଲେ । କାହାକୁ ନ ଜଣାଇ ଛୁଟିରେ ରହିବା ସମ୍ପୃକ୍ତ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଜିଲ୍ଲାପାଳ ଅଧିକାରୀ ମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମାର୍ଚ୍ଚ ମାସର ଦରମା ବନ୍ଦ କରିବା ସହିତ ସମସ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ନୋଟିସ୍ ଜାରି ହେବାର ଆଗାମୀ ତିନି ମଧ୍ୟରେ ଜବାବ ଦେବାକୁ ନିର୍ଦ୍ଦେଶ ରହିଛି । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି । ଜିଲ୍ଲାରେ ବିରିଡ଼ି, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ନାଉଗାଁ, ଜଗତସିଂପୁର, ଏରସମା ଓ ବାଲିକୁଦା ସମସ୍ତ ବ୍ଲକ୍ ରେ ଥିବା ବିଭିନ୍ନ ନୋଡାଲ ଅଫିସର ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି ।
Prev Post
Comments are closed, but trackbacks and pingbacks are open.