ଜ୍ୟାକ୍‌ଲିନ୍‌ଙ୍କ ବିଦେଶ ଯାତ୍ରା ଆବେଦନ ପ୍ରତ୍ୟାହୃତ

25

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍ ଗୁରୁବାର ବାହାରିନ୍ ଯାତ୍ରା ପାଇଁ କରିଥିବା ଆବେଦନକୁ କୋର୍ଟରୁ ପ୍ରତ୍ୟାହାର କରିନେଇଛନ୍ତି । ମନି ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଜ୍ୟାକ୍‌ଲିନ୍ କିଛିଦିନ ତଳେ ବିଦେଶ ଯାତ୍ରା ପାଇଁ କୋର୍ଟଙ୍କଠାରୁ ଅନୁମତି ଲୋଡ଼ିଥିଲେ । ଅସଲରେ ଜ୍ୟାକ୍‌ଲିନ୍ ନିଜ ଅସୁସ୍ଥ ମା’ଙ୍କୁ ଭେଟିବାକୁ ଚାହୁଁଥିଲେ । ମାତ୍ର ମାମଲା ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଥିବାରୁ ସେ ବିଦେଶ ଯାତ୍ରା କରିପାରିବେ ନାହିଁ ବୋଲି କୋର୍ଟ କହିଥିଲେ । ଅନ୍ୟପକ୍ଷରେ ମାମଲାର ତଦନ୍ତ କରୁଥିବା ଇଡି ଏଥିରେ ଆପତ୍ତି ଉଠାଇ ଥରେ ବିଦେଶ ଚାଲିଗଲେ ଜ୍ୟାକ୍‌ଲିନ୍ ଆଉ ଫେରିବେ ନାହିଁ ବୋଲି କହିଥିଲା । ସୂଚନାଯୋଗ୍ୟ, ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଗୁରୁବାର ଜ୍ୟାକ୍‌ଲିନ୍ ଦିଲ୍ଲୀର ପଟିଆଲା କୋର୍ଟରେ ହାଜର ହୋଇଥିଲେ । ଆଜି ଶୁଣାଣି ବେଳେ ତାଙ୍କ ଓକିଲ କୋର୍ଟଙ୍କୁ ଦର୍ଶାଇଥିଲେ ଯେ ୨୦୨୧ ଡିସେମ୍ବରରେ ତାଙ୍କ ମା’ଙ୍କର ଷ୍ଟ୍ରୋକ୍ ହୋଇଥିଲା ଏବଂ ସେ ଭୀଷଣ ଅସୁସ୍ଥ ଅଛନ୍ତି ।

Comments are closed, but trackbacks and pingbacks are open.