ଜ୍ୟାକ୍‌ଲିନଙ୍କୁ ଅନ୍ତରୀଣ ଜାମିନ

97

ନୂଆଦିଲ୍ଲୀ: କୁଖ୍ୟାତ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ପ୍ରେମଜାଲରେ ଫସିଥିବା ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ ଫର୍ଣ୍ଣାଣ୍ଡିଜ୍‌ଙ୍କୁ ଦିଲ୍ଲୀର ପଟିଆଲା କୋର୍ଟ ସୋମବାର ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଏଥିପାଇଁ ତାଙ୍କୁ ୫୦ ହଜାର ଟଙ୍କାର ବଣ୍ଡ୍ ଦାଖଲ କରିବାକୁ ପଡିଛି । ସୁକେଶଙ୍କ ୨୦୦ କୋଟି ଟଙ୍କାର ଠକେଇ ମାମଲାକୁ ନେଇ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଓ ଦିଲ୍ଲୀ ପୁଲିସ ଇତିମଧ୍ୟରେ ଜ୍ୟାକ୍‌ଲିନ୍‌ଙ୍କୁ ଏକାଧିକ ଥର ଜେରା କରିସାରିଛନ୍ତିି । ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨କୁ ଧାର୍ଯ୍ୟ କରାଯାଇଛି । ଏହି ମାମଲାରେ ଅନ୍ୟତମ ଅଭିନେତ୍ରୀ ନୋରା ଫତେଇ ମଧ୍ୟ ଫସିଛନ୍ତି ।

Comments are closed, but trackbacks and pingbacks are open.