ଗାଡ଼ି ମଡ଼ାଇବା ଘଟଣାରେ ଅନୁତପ୍ତ ନୁହେଁ, ଏହା ମୋ ବିରୁଦ୍ଧରେ ଷଡଯନ୍ତ୍ର : ପ୍ରଶାନ୍ତ ଜଗଦ୍ଦେବ

27

ଗାଡି ମଡ଼ାଇବା ଘଟଣାରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଙ୍କୁ ଜାମିନ ମିଳିଛି I ଜାମିନ ରେ ଆସି ସେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଜେଲ୍ ରୁ ମୁକୁଳିବା ପରେ ବିଧାୟକ କହିଛନ୍ତି “ମୁଁ ଏହି ଘଟଣା ପାଇଁ ଆଦୌ ଅନୁତପ୍ତ ନୁହେଁ , ଏହି ଘଟଣାରେ ମୋର କିଛି ଭୁଲ ନାହିଁ । ଏହା ମୋ ବିରୁଦ୍ଧ ରେ ବିପକ୍ଷ ଦଳର ଷଡଯନ୍ତ୍ର ଥିଲା I
ସୂଚନାନୁସାରେ ୬ ମାସ ତଳେ ବାଣପୁର ବ୍ଲକ୍ ଅଫିସ୍ ପାଖରେ ଲୋକଙ୍କ ଉପରେ ମାଡିଯାଇଥିଲା ପ୍ରଶାନ୍ତ ଜଗଦ୍ଦେବଙ୍କ କାର I ସେତେବେଳେ ନିଜେ ମଦ ପିଇ ଡ୍ରାଇଭିଙ୍ଗ କରୁଥିଲେ ପ୍ରଶାନ୍ତ I ଏହି ଘଟଣାରେ ପାଖାପାଖି ୧୦ ରୁ ଉର୍ଧ୍ଵ ଲୋକ ଆହତ ହୋଇଥିଲେ I ତେବେ ଆଜି ଜେଲ ରୁ ବାହାରି ଏହି ଘଟଣା ପାଇଁ ତାଙ୍କର ତିଳେ ମାତ୍ର ଅନୁଶୋଚନା ନ ଥିବା ପରି ବୟାନ ବାଜି କରିଛନ୍ତି I ଏବଂ ଏହି ଘଟଣାରେ ବିରୋଧି ଦଳର ଲୋକମାନେ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ ଓ ମୋତେ ଜୀବନରୁ ମାରି ଦେବା ପାଇଁ ଠେଙ୍ଗାରେ ଆକ୍ରମଣ କରିଥିଲେ ବୋଲି କହିଛନ୍ତି ।

ସେ ନିଜ ସଫେଇରେ କହିଛନ୍ତି ବ୍ରେକରେ ଗୋଡ ପକାଉ ପକାଉ ଏକ୍ସିଲେଟରରେ ଗୋଡ ପଡିଗଲା । କିନ୍ତୁ ଏପରି ଭୁଲକୁ ସେ ଭୁଲ ବୋଲି ଗ୍ରହଣ କରନ୍ତି ନାହିଁ କି ଅନୁତାପ କରନ୍ତି ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି । ସେ ସମୟରେ ବିଜେଡି ପ୍ରେସମିଟ୍ କରି ବିଧାୟକଙ୍କ ଏପରି ଆଚରଣକୁ ନିନ୍ଦା କରିଥିଲା । ଆଉ ରାଜନୀତିରେ ହିଂସାର ସ୍ଥାନ ନାହିଁ ଓ ଦୋଷୀଙ୍କ ବିରୁଦ୍ଧରେ କଠିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର କହିଥିଲେ ।

Comments are closed, but trackbacks and pingbacks are open.