ଟଳିନାହିଁ କରୋନା ବିପଦ,ମାସ୍କ ପିନ୍ଧିବା ଜରୁରୀ : ମୁଖ୍ୟମନ୍ତ୍ରୀ

21

ରାଜ୍ୟରେ ଦିନକୁ ଦିନ ବଢୁଛି କୋଭିଡ୍ ସଂକ୍ରମଣ I ବଢୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ପିନ୍ଧିବା ସହ ସଚେତନ ରହିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ଆଜି କୋଭିଡ୍ ସଂକ୍ରମଣ ମାମଲା ୭୦୦ ଅତିକ୍ରମ କରିବା ପରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି କୋଭିଡ୍ ମହାମାରୀର ବିପଦ ଏଯାଏଁ ଟଳିନାହିଁ । ଏହାର ସଂକ୍ରମଣରୁ ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ନିଶ୍ଚୟ ପିନ୍ଧନ୍ତୁ । ସଚେତନ ହୁଅନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ ।ଏହା ସହିତ ସମସ୍ତେ ସଚେତନ ହୁଅନ୍ତୁ ଓ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି । ବର୍ତ୍ତମାନ ଯାଏଁ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲା ରେ ସଂକ୍ରମଣ ସର୍ବାଧିକ ରହୁଥିବା ଚିହ୍ନଟ ହୋଇଛନ୍ତି I ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ମାସ୍କ ଏବଂ ସାମାଜିକ ଦୂରତାକୁ ବାଧ୍ୟତାମୂଳକ କରାଯାଇଛି । କିଭିଳି ଭାବେ କରୋନା ସଂକ୍ରମଣ ବୃଦ୍ଧିକୁ ଏଡାଯାଇପାରିବ ସେନେଇ ଗୁରୁତ୍ୱ ଦିଆଯାଉଛି । ଲୋକେ ଜାରି କରାଯାଇଥିବା କଟକଣାକୁ କିଭଳି ମାସିବ ସହ ସଚେତନ ରହିବେ ଏବଂ ଅନ୍ୟଙ୍କୁ ସଚେତନ କରିବେ ସେନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ପରାମର୍ଶ ଦେଇଛନ୍ତି ।

Comments are closed, but trackbacks and pingbacks are open.