୪ଦିନ ହୋଇଗଲା ତଥାପି ସରୁନି; କଂଗ୍ରେସ ସାଂସଦଙ୍କ ଲିଙ୍କ୍ ଥିବା ସୂଚନା

793

୪ ଦିନ ହେଲାଣି ରାଜ୍ୟରେ ଚାଲିଛି ବଡ ଧରଣର ଆଇଟି ରେଡ୍ । ସମ୍ବଲପୁର, ରାଉରକେଲା, ବଲାଙ୍ଗିର, ସୁନ୍ଦରଗଡ଼, ପଶ୍ଚିମ ଓଡ଼ିଶାରେ ପ୍ରାୟ ଗୋଟିଏ କି ଦୁଇଟି ସ୍ଥାନରେ ଚଢାଇ କରାଯାଇଛି । ଆଇଟି ରେଡ୍‌ ବେଳେ ଜବତ ପୁଳା ପୁଳା ଟଙ୍କା ୨ଶହ କୋଟିରୁ ଅଧିକ ଟଙ୍କା ଜବତ କରାଯାଇ ସାରିଲାଣ । ଜବତ ହୋଇଥିବା ଏହି ଟଙ୍କାକୁ ଗଣିବାରେ ଲାଗିଛନ୍ତି ଇନକମ୍ ଟ୍ୟାକ୍ସ ବିଭାଗର ଅନେକ ଅଧିତାରୀ ।

ବଲାଙ୍ଗୀର ସୁଦପଡା ମଦଭାଟି ମ୍ୟାନେଜରଙ୍କ ଘରୁ ପୁଳା ପୁଳା ଟଙ୍କା ଜଗତ ହୋଇଛି । ଆୟକର ବିଭାଗ ପକ୍ଷରୁ ପୋଲିସ ଉପସ୍ଥିତିରେ ମଦଭାଟି ମ୍ୟାନେଜରଙ୍କ ଘରେ ଚଢାଉ କରି ବିପୁଣ ପରିମାଣରେ ଟଙ୍କା ଜବତ କରିଛି । ଜବତ ହୋଇଥିବା ୧୯ଟି ଟଙ୍କା ବ୍ୟାଗ, ପେଟି ଓ ଟିଣ ବାକ୍ସରେ ଭର୍ତ୍ତି କରାଯାଇ SBI ଶାଖାକୁ ନିଆଯାଇଛି । ପ୍ରାୟ ୭ ରୁ ୮ ଜଣ କେବଳ ଟଙ୍କା ପେଟି ବୋହିବାରେ ଲାଗିଛନ୍ତି ଏବଂ ମେସିନ୍ ଓ କର୍ମଚାରୀ ଟଙ୍କା ଗଣିବାରେ ଲାଗିଛନ୍ତି ।

ସେହିପରି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରାୟ ୧୦ ଦିନ ପୂର୍ବରୁ ବଡ଼ ବଡ଼ ବ୍ୟାଗରେ ଟଙ୍କା ଭର୍ତ୍ତି ହୋଇ ସୁଦପଡାର ଭାଟି ମ୍ୟାନେଜରଙ୍କ ଘରକୁ ଆସିଥିଲା । ବର୍ତ୍ତମାନ ଏହି ଘଟଣାରେ ଝଡ଼ଖଣ୍ତ କଂଗ୍ରେସ ସାଂସଦ ତଥା ମଦ ବ୍ୟବସାୟୀ ଧିରଜ ସାହୁଙ୍କ ଲିଙ୍କ୍ ଥିବା ନେଇ ସୂଚନା ରହିଛି । ସୂଚନାଥାଉ ଯେ, ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ ଉପରେ ଚଢାଉ ବେଳେ ପଶ୍ଚିମ ଓଡ଼ିଶାର ଦେଶୀ ମଦ ପ୍ରସ୍ତୁତ ଓ ବିକ୍ରୟକାରୀ କମ୍ପାନୀ ବଳଦେବ ସାହୁ ଗ୍ରୁପ ଅଫ୍‌ କମ୍ପାନୀର ଲିଙ୍କ୍ ମିଳିଥିଲା । ଏହି ଲିଙ୍କରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ମଦ ବ୍ୟବସାୟୀଙ୍କ ଉପରେ ରେଡ୍ କରିଥିଲା ଆୟକର ବିଭାଗ । ଏହି ରେଡ୍‌ରେ ଆୟକର ବିଭାଗର ୪୦ ଜଣିଆ ଟିମ୍, ସିଆରପିଏଫ ଯବାନ ଓ ସ୍ଥାନୀୟ ପୋଲିସ ସାମିଲ ଅଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା ଆୟକର ବିଭାଗ ଏହି ରେଡ୍ ନେଇ ସଠିକ ବିବରଣୀ ଓ ସୂଚନା ପ୍ରଦାନ କରିବ ବୋଲି ଜଣାପଡିଛି ।

ମଦ ତିଆରି କରୁଥିବା ଏକାଧିକ କମ୍ପାନୀ ଆୟକର ଫାଙ୍କିଥିବା ଅଭିଯୋଗରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିଲା ଆଇଟି ରେଡ୍ ହୋଇଥିଲା । ପଶ୍ଚିମ ଓଡ଼ିଶାର ଅନ୍ୟତମ ବଡ଼ ଦେଶୀ ମଦ ପ୍ରସ୍ତୁତକାରୀ ଓ ବିକ୍ରୟକାରୀ କଂପାନୀ କୁହାଯାଉଥିବା ବଳଦେବ ସାହୁ ଆଣ୍ଡ୍ ଗ୍ରୁପ୍ ଅଫ୍ କମ୍ପାନିର ବଲାଙ୍ଗିର ଅଫିସରେ ରେଡ୍ ହୋଇଥିଲା ।

Comments are closed, but trackbacks and pingbacks are open.