ଭୁବନେଶ୍ବର: ଗିରଫ ହେଲେ କୁବେର ଆଇଟିଡିଏ ଅଧିକାରୀ । ସୁନ୍ଦରଗଡ଼ ଜିଲ୍ଲା ବଣାଇ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା-ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ବିଶ୍ବଦର୍ଶୀ ସାହୁଙ୍କୁ ବାନ୍ଧିଲା ଭିଜିଲାନସ । ଗିରଫ ପରେ ସୁନ୍ଦରଗଡ଼ ସ୍ବତନ୍ତ୍ର କୋର୍ଟ ଚାଲାଣ କରାଯାଇଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ବିଶ୍ବଦର୍ଶୀ ସାହୁଙ୍କ ଭୁବନେଶ୍ବରରେ ଗୋଟିଏ ବହୁ ତଳ କୋଠା, ୨ଟି ଫ୍ଲାଟ ରହିଛି । ଗୋଟିଏ ଫ୍ଲାଟ କିଣିବା ପାଇଁ ସେ ଦେଢ଼ କୋଟି ଟଙ୍କା ଅଗ୍ରୀମ ଦେଇଥିଲେ । ଭୁବନେଶ୍ବର ଓ ପୁରୀରେ ବିଶ୍ବଦର୍ଶୀ ସାହୁଙ୍କ ୯ଟି ବହୁ ମୂଲ୍ୟ ପ୍ଲଟ ଠାବ ହୋଇଛି । ରେଡ ବେଳେ୧୫୦ ଗ୍ରାମ ସୁନା , ନଗଦ ୪ ଲକ୍ଷ ୫୧ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କ ଓ ବୀମାରେ ତାଙ୍କର ରହିଛି ୬୧ଲକ୍ଷରୁ ଅଧିକ ଟଙ୍କାର ଜମା। ବାବୁଙ୍କ ବିପୁଳ ସଂପତ୍ତି ଦେଖି ଭିଜିଲାନସ ଅଧିକାରୀ ତାଜୁବ। ଏହା ସହ ତାଙ୍କ ପତ୍ନୀଙ୍କ ନାଁରେ ବାପୁଜୀ ନଗର ଏସବିଆଇ ଶାଖାରେ ଏକ ଲକର ରହିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ନେଇ ବିଶ୍ବଦର୍ଶୀ ସାହୁଙ୍କ ନାଁରେ ରାଉରକେଲା ଭିଜିଲାନସରେ ଏକ ମାମଲା ରୁଜୁ ହୋଇଛି ।
Comments are closed, but trackbacks and pingbacks are open.