୩ ଦିନରେ ପୁଣି ବଢ଼ିବ ତାତି

162

ଭୁବନେଶ୍ୱର: ଭୀଷଣ ଗରମରେ ହନ୍ତସନ୍ତ ରାଜ୍ୟବାସୀ। ଏବେଠୁ ପାରଦ ଉପରମୁହାଁ ହେବାକୁ ଲାଗିଛି। ୩ ଦିନରେ ପୁଣି ତାତି ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ କିଛି ଜିଲ୍ଲାକୁ ଘନକୁହୁଡ଼ି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବୈଜ୍ଞାନିକ ସଞ୍ଜୀବ ଦ୍ୱିବେଦୀ କହିଛନ୍ତି, “୩ ଦିନରେ ପୁଣି ବଢ଼ିବ ତାତି। ଗତ ଦୁଇ ଦିନ ହେବ ରାଜ୍ୟରେ ଗରମ ଅନୁଭୂତ ହେଉ ଥିବାବେଳେ ଟାଣ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ହେଲେ ଆଗାମୀ ୨ରୁ ୩ ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବଢ଼ିବା ସହ ପୁଣି ଦେଖିବାକୁ ମିଳିପାରେ ଟାଇଁ ଟାଇଁ ଖରା। ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ଆଗାମୀ ୭ ଦିନ ଯାଏ ପାଗ ଶୁଖିଲା ରହିବ। ତେବେ ଖରାର ପ୍ରକୋପ କମ୍ ରହିଥିବାବେଳେ ଅସ୍ତବ୍ୟସ୍ତ କରିବ କୁହୁଡ଼ି। ଦୁଇ ଦିନ ଯାଏ ଘନ କୁହୁଡ଼ି ସତର୍କତା ଜାରି କରିଛି ପାଣିପାଗ ବିଭାଗ। ୨୪ ଘଣ୍ଟାରେ ଗଞ୍ଜାମ, ଗଜପତି, କୋରାପୁଟ ଓ ନବରଙ୍ଗପୁରରେ ଘନ କୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ଗଞ୍ଜାମ, ଗଜପତି, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେପଟେ ଗତ ୨୪ଘଣ୍ଟାରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ଅନୁଗୁଳରେ ୩୪.୭ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଲାରେ ୮. ୮ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟପଟେ ଭୁବନେଶ୍ୱରରେ ୧୮.୪ ଡିଗ୍ରୀ ଓ କଟକରେ ୧୭.୪ ସର୍ବନିମ୍ନ ସହ ସର୍ବାଧିକ ଭୁବନେଶ୍ୱର ୩୧.୮ ଓ କଟକରେ ୨୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed, but trackbacks and pingbacks are open.