ଆସନ୍ତା ୧୫ ଯାଏଁ ଲାଗି ରହିବ ବର୍ଷା , ଦିନବେଳା ପାଗ ମେଘୁଆ ରହିବ

0 15

ଗତ କiଲି ମଙ୍ଗଳବାର ଠାରୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି I ବଙ୍ଗୋପସାଗରେ ପଶ୍ଚିମଵାୟୁ ପ୍ରବେଶ ଫଳରେ ଆସନ୍ତା ୧୫ ତାରିଖ ଯାଏ ବର୍ଷା ଲାଗି ରହିବା ସହିତ ପାଗ ମେଘୁଆ ରହିବ I ଏ ସମ୍ପର୍କରେ ଭୁବନେଶ୍ୱର ଆଞ୍ଚଳିକ ପାଣିାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ବର୍ଷା ଛାଡିଲା ପରେ ୧୬ରୁ ପୁଣି ଉତ୍ତରା ପବନ ବହିବ ଦ୍ୱାରା ତାପମାତ୍ରା କମିବ ।
ଏହାସହିତ ମଙ୍ଗଳବାର ରାତିରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସଂଲଗ୍ନ ଜିଲ୍ଲାରେ ହାଲୁକା ବର୍ଷା ହେବ । ବୁଧବାର ରାତି ସାରା ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ଆଶଙ୍କା ରହିଛି । ଏହାସହିତ , କେନ୍ଦୁଝର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ ଓ ସମ୍ବଲପୁର ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବର୍ଷା ସହ କୁଆପଥର ମାଡ଼ ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ସୂତ୍ରରୁ ପ୍ରକାଶ ଇ ସେହିପରି ୧୨ରୁ ୧୫ ଯାଏ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଜାରି ରହିବ ।
ତେବେ ୧୨ରୁ ୧୪ ଯାଏ ଦିନବେଳା ପାଗ କୋହଲା ରହିବ । ୧୨ ରାତିରୁ ୧୫ ରାତି ଯାଏ ଘନ କୁହୁଡି ହେବ । ୨୦ ଓ ୨୧ରେ ପୁଣି ମେଘୁଆ ପାଗ ରହିବ Iସେହିପରି ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁସାରେ, ଆଜି ଝାରସୁଗୁଡାରେ ୪୫.୬, କନ୍ଧମାଳର କୋଟଗଡ଼ରେ ୩୮ମିଲିମିଟର, କଳାହାଣ୍ଡିର ଲାଞ୍ଜିଗଡ଼ରେ ୩୬.୪, ବଲାଙ୍ଗୀରରେ ୨୩, ନୂଆପଡ଼ାରେ ୨୩, ନବରଙ୍ଗପୁରରେ ୨୧, ଭବାନୀପାଟଣାରେ ୨୦ମିଲିମିଟର, ସୋନପୁରରେ ୧୭, ଜୁନାଗଡ଼ରେ ୧୩, ନୂଆପଡ଼ାରେ ୧୧.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଆସନ୍ତା ୩ ଦିନ ପାଇଁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

Leave A Reply

Your email address will not be published.