ହିନ୍ଦୁ ନବ ବର୍ଷ ଏହି ରାଶି ମାନଙ୍କ ପାଇଁ ହେବ ଅତ୍ୟନ୍ତ ଶୁଭ ଦାୟକ

21

ଆସନ୍ତା ଏପ୍ରିଲ ମାସ ବିଷୁବ ସଂକ୍ରାନ୍ତି ଠାରୁ ହିନ୍ଦୁ ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି I କିନ୍ତୁ ଚୈତ୍ର ନବରାତ୍ରୀ ଠାରୁ ହିନ୍ଦୁ ନୂଆ ବର୍ଷ ର ଆରମ୍ଭ ହୋଇଥାଏ I ଆଗାମୀ ନୂତନ ବର୍ଷ ବିକ୍ରମ ନବସମ୍ବତ୍ସର ୨୦୭୯ କିଛି ରାଶି ପାଇଁ ସୌଭାଗ୍ୟ ପ୍ରଦାନ କରିବାକୁ ଯାଉଛି I
ହିନ୍ଦୁ ନୂତନ ବର୍ଷ ଏହି ୪ ଟି ରାଶିର ବ୍ୟକ୍ତିଙ୍କୁ ଜୀବନରେ ଅପାର ସଫଳତା ସାଙ୍ଗକୁ ଅର୍ଥ ଏବଂ ସମ୍ମାନ ର ଅଧିକାରୀ କରାଇବ I ଏହି ରାଶିର ବ୍ୟକ୍ତି ମାନେ ସୂର୍ଯ୍ୟ ଭଗବାନ ଏବଂ ମାତା ଲକ୍ଷ୍ମୀଙ୍କ ଠାରୁ ଆଶୀର୍ବାଦ ଲାଭ କରିବେ I ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଲୋକମାନେ ବର୍ଷସାରା ସୂର୍ଯ୍ୟଙ୍କ କୃପା ଦ୍ୱାରା ଅନେକ ଅଗ୍ରଗତି ଏବଂ ସମ୍ମାନ ପାଇବେ I ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକୁ I

ମେଷ : ହିନ୍ଦୁ ନୂଆ ବର୍ଷ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ I ଏହି ରାଶି ବ୍ୟକ୍ତିଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ I କାର୍ଯ୍ୟରେ ସଫଳତା ମିଳିବ I କ୍ୟାରିୟର-ବ୍ୟବସାୟରେ ଅଗ୍ରଗତି ହେବ, ଆର୍ଥିକ ଉପକୃତ ହେବେ I ମାନ ,ସମ୍ମାନ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ I ମା ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ସୁଖ ଏବଂ ସମୃଦ୍ଧି ବଢିବ I

କନ୍ୟା : କନ୍ୟା ରାଶିର ବ୍ୟକ୍ତି ମାନେ ହିନ୍ଦୁ ନୂତନ ବର୍ଷରେ ଏକ ଧାର୍ମିକ ଯାତ୍ରା କରିବାକୁ ସୁଯୋଗ ପାଇବେ I ଏହି ଯାତ୍ରା ଆନନ୍ଦଦାୟକ ହେବ I ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଥିବା ଆର୍ଥିକ ସମସ୍ୟାଗୁଡ଼ିକ ଦୂର ହୋଇଯିବ I ଆୟ ବୃଦ୍ଧି ପାଇବ I ବାଣିଜ୍ୟ କରିବା ପାଇଁ ଏହା ଏକ ଭଲ ସମୟ I ପାରିବାରିକ ଜୀବନ ମଧ୍ୟ ସୁଖମୟ ହେବ I ପରିବାର ସଦସ୍ୟଙ୍କ ସହିତ ଅଧିକ ସମୟ ଅତିବାହିତ କଲେ ସମ୍ପର୍କ ସୁଦୃଢ ହେବ I

ତୁଳା : ଏହି ରାଶିର ବ୍ୟକ୍ତି ଙ୍କ ନୂତନ ବର୍ଷ ଅତ୍ୟନ୍ତ ଶୁଭ ଫଳ ପ୍ରଦାୟୀ ହେବ I କାର୍ଯ୍ୟରେ ସଫଳତା ସାଙ୍ଗକୁ ସାମାଜିକ ପ୍ରତିଷ୍ଠା ବଢିବ I ମାନ ସମ୍ମାନ ପାଇବେ I ଆର୍ଥିକ ସ୍ଥିତି ସୁଦୃଢ ହେବ I ସମ୍ପତି କ୍ରୟ କରିବେ I ଆତ୍ମବିଶ୍ୱାସ ବଢିବ Iଜୀବନ ସାଥୀ ସହିତ ଅଧିକ ସମୟ ବିତାନ୍ତୁ ଇ ପାରିବାରିକ ଜୀବନ ଆନନ୍ଦ ଦାୟକ ହେବ I

ବିଛା : ହିନ୍ଦୁ ନବ ବର୍ଷଟି ବିଛା ରାଶିର ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତି ସହିତ ପଦୋନ୍ନତି-ବୃଦ୍ଧି ପ୍ରଦାନ କରିବ I ନୂତନ ଚାକିରି କିମ୍ବା ସ୍ଥାନାନ୍ତର ପାଇପାରନ୍ତି I ପିଲାମାନଙ୍କ ସହିତ ପରିବାର ରେ ହସଖୁସି ର ମାହୋଲ ଦେଖା ଦେବ I ଆର୍ଥିକ ଦିଗଟି ଅତ୍ୟନ୍ତ ସୁଦୃଢ ହେବ I ବସନ ଭୂଷଣ କରେ କରି ପାରନ୍ତି I

Comments are closed, but trackbacks and pingbacks are open.