ରାତିରେ ବଢ଼ିବ ଶୀତ, ୪ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ତାପମାତ୍ରା

23

ଭୁବନେଶ୍ୱର୍‌: ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ବହୁଛି ଶୁଷ୍କ ପବନ । ଫଳରେ ଧିରେ ଧିରେ ଶୀତ ବଢୁଛି । ଆସନ୍ତା ୩ଦିନ ମଧ୍ୟରେ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି । ଫଳରେ ରାତିରେ ଅଧିକ ଥଣ୍ଡା ଅନୁଭୂତ ହେବ । ସେହିଭଳି ଆସନ୍ତା ୧୬ ତାରିଖ ଆଡ଼କୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଥିବା ଜଣାପଡ଼ିଛି । ତେବେ ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ଓ ଏହା କେତେ ଘନୀଭୂତ ହେବ, ସେନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳି ପାରିନାହିଁ । ଗତ ୨୪ଘଣ୍ଟାରେ ୪ସହରର ତାପମାତ୍ରା ୧୩ ଡିଗ୍ରି ପାଖାପାଖି ରହିଥିବା ବେଳେ ଦାରିଙ୍ଗବାଡ଼ି ଓ କୋରାପୁଟରେ ସର୍ବନିମ୍ନ ୧୩ ଡିଗ୍ରି ଏବଂ ବୌଦ୍ଧ ଓ ଫୁଲବାଣୀରେ ୧୩.୫ ଡିଗ୍ରି ରେକର୍ଡ କରାଯାଇଛି । ୨ ଦିନ ପରେ ଏହି ପାରଦ ଆହୁରି ଖସିବ ଓ ରାଜ୍ୟରେ ଶୀତ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Comments are closed, but trackbacks and pingbacks are open.