ମହଙ୍ଗା ପଡିଲା କମେଣ୍ଟ ମରା :ମୁହଁରେ ଚୂନକାଳି ବୋଳିଲେ ଗ୍ରାମବାସୀ

432

କଟକ : କମେଂଟ ମାରି, ମାଡ ଖାଇଲେ । ମୁହଁରେ ଚୂନକାଳି ବୋଳି ବିଦ୍ୟୁତ୍ ଖୁଂଟରେ ବାନ୍ଧିଦେଲେ ଗ୍ରାମବାସୀ । ଯୁବତୀଙ୍କୁ କମେଂଟ ମାରିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଏଭଳି ହିନସ୍ତା କରିଛନ୍ତି ଗ୍ରାମବାସୀ । କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଭେଡା-ରାମଚନ୍ଦ୍ରପୁର ଗାଁରେ ଏଭଳି ଏକ ଘଟଣା ଘଟିଯାଇଛି । ଗାଁ ଲୋକଙ୍କ କହିବା ଅନୁସାରେ, ୩ ଜଣ ଯୁବକ ଗାଁର ଜଣେ ଯୁବତୀଙ୍କୁ ରାସ୍ତା ମଝିରେ ଅଟକାଇ ଅସଦାଚାରଣ କରି ଚାଲି ଯାଉଥିଲେ । ସେହି ସମୟରେ ଗାଁର କିଛି ଲୋକଙ୍କ ହାବୁଡରେ ପଡିଯାଇଛି ।

ଗ୍ରାମବାସୀ ଯୁବକମାନଙ୍କୁ କାବୁ କରି ଗାଁ ଛକ ନିକଟରେ ଥିବା ବିଦ୍ୟୁତ୍ ଖୁଂଟରେ ବାନ୍ଧି ଦେଇଥିଲେ । ମୁହଁରେ ଚୂନକାଳି ବୋଳି, ବେକରେ ଟାୟାର ପକାଇ ଦେଇଥିଲେ । ବାଙ୍କି ପୁଲିସ ଏ ଖବର ପାଇ ଯୁବକ ତିନି ଜଣଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲା । ପରେ ଗ୍ରାମବାସୀ ଓ ସଂପୃକ୍ତ ଯୁବକଙ୍କ ସହମତିରେ ବୁଝାସୁଝା ହୋଇଥିଲା । ଏହାପରେ ଯୁବକମାନଙ୍କୁ ପୁଲିସ ଛାଡି ଦେଇଥିବା ଜଣାପଡିଛି ।

Comments are closed, but trackbacks and pingbacks are open.