୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ପାରଦ

48

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ତାତିରୁ ଆସ୍ୱସ୍ଥି ମିଳିବ। ରାଜ୍ୟରେ ଖରାର ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ପାରଦ ତଳମୁହାଁ ହୋଇଛି। ରାତି ସହ ଦିନର ତାପମାତ୍ରା କମିବ ୩ ଦିନ ପରେ ଆହୁରି କମିବ ତାତି। ୩ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଫଳରେ ଆଗାମୀ ୪ରୁ ୫ ଦିନ ଯାଏ ତାତି କମିବ। ବର୍ତ୍ତମାନ ଉପକୂଳ ଜିଲ୍ଲାମାନଙ୍କରେ ତାପମାତ୍ରା ସ୍ୱାଭାବିକରୁ ୨ରୁ ୩ ଡିଗ୍ରୀ ଅଧିକ ରହିଛି। ସେହିପରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସ୍ୱାଭାବିକ ତାପମାତ୍ରାରୁ ଅଧିକ ରହିଛି। ତେବେ ରାତିର ତାପମାତ୍ରା ହ୍ରାସ ପାଇବ। ଆଗାମୀ ୩ରୁ ୪ ଦିନ ମଧ୍ୟରେ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ ଗରମ ମଧ୍ୟ କମ ହେବ। ସେପଟେ ବର୍ତ୍ତମାନ ରାଜ୍ୟରେ ଘନ କୁହୁଡିକୁ ନେଇ କୌଣସି ସତର୍କ ସୂଚନା ନାହିଁ। ମୋଟାମୋଟି ଭାବେ ୫ ଦିନ ଯାଏ ପାଗ ଶୁଖିଲା ରହିବ ସହ ପାଣିପାଗର ସ୍ଥିତି ସ୍ୱାଭାବିକ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଅନ୍ୟପଟେ ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୩୬.୬ ଡିଗ୍ରୀ ଓ ରାଉରକେଲା ସର୍ବନିମ୍ନ ତାପମାତ୍ରା ୧୩.୧ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ପାହାଡ଼ିଆ ଅଞ୍ଚଳ ଭାବରେ ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୨.୬ ଡିଗ୍ରୀ ରେକର୍ଡ କରାଯାଇଛି। ଏହାସହ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୩.୬ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୧.୨ ଡିଗ୍ରୀ ରେକର୍ଡ କରାଯାଇଛି। କଟକରେ ଗତକାଲି ସର୍ବାଧିକ ତାପମାତ୍ରା ୩୨.୬ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୨୦.୦ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed, but trackbacks and pingbacks are open.