ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇ ନାହିଁ:ଏସ୍‌ଆର୍‌ସି

22

ସାମ୍ଭାବ୍ୟ ବାତ୍ୟା ଏବେ ବଙ୍ଗୋପ ସାଗରରେ ଅବପାତରେ ପରିଣତ ହୋଇଛି । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଏହା ଗତି କରୁଥିବା ଜଣାପଡ଼ିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବା ସମ୍ଭାବନା ରହିଛି ।

ଏ ସମ୍ପର୍କ ରେ ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏସ୍‌ଆର୍‌ସି ପ୍ରଦୀପ ଜେନା ଏନେଇ ସାମ୍ୱାଦିକ ସମ୍ମିଳନୀ କରି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ବାତ୍ୟା ର ସ୍ଥିତି ସମ୍ପର୍କରେ ଏସଆରସି କହିଛନ୍ତି ଏହା କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇ ନାହିଁ I ପବନ ର ବେଗ ଘଂଟାପ୍ରତି ସର୍ବାଧିକ ୯୦ ରୁ ୧୦୦ କିମି.ରହିବ I ଗଂଜାମ ,ଗଜପତି ,ଖୋର୍ଦ୍ଧା ,ପୁରୀରେ ଅତି ପ୍ରବଳ ବର୍ଷ ଆଶଙ୍କା ରହିଛି I ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଟି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସଜାଗ କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟକୁ ଯାଇଛନ୍ତି ସେମାନଙ୍କୁ ଶୀଘ୍ର ଘରକୁ ଫେରି ଆସିବାକୁ କୁହାଯାଇଛି । ୫ ତାରିଖ ଯାଏ ମତ୍ସ୍ୟଜୀବୀମାନେ ସମୁଦ୍ର କୁ ଯିବାପାଇଁ ବାରଣ କରାଯାଇଛି I ଦକ୍ଷିଣ ଉପକୂଳ ଜିଲ୍ଲାରେ ବାତ୍ୟା ର ପ୍ରଭାବ ଅଧିକ ରହିବ I ୨୨୫ ଟି ଟିମ ମୁତୟନ ସହିତ ସହାୟତା ପାଇଁ ୫୧ ଟି ଟିମ କୁ ସଜାଗ ରଖାଯାଇଛି I ସେହିପରି ବାତ୍ୟା ଆଶ୍ରୟସ୍ଥଳୀରେ ମାସ୍କ ଏବଂ ସାନିଟାଇଜର ବ୍ୟବସ୍ଥା କୁ ବ୍ୟାପକ କରାଯାଇଛି I

ତେବେ ରାୟପୁର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଏଚ.ପି.ଚନ୍ଦ୍ରାଙ୍କ ଅନୁସାରେ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତି ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ସହିତ ସମୁଦ୍ର ପୃଷ୍ଠରୁ ୫.୮ କିଲୋମିଟର ଊର୍ଦ୍ଧ୍ୱରେ ପବନର ଏକ ଘୂର୍ଣ୍ଣିବଳୟ ମଧ୍ୟ ରହିଛି। ଯାହା ଗୁରୁବାର ପ୍ରବଳ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ପୁଣି ସକ୍ରିୟ ହୋଇ ମଧ୍ୟ ବଙ୍ଗୋପସାଗରକୁ ପହଞ୍ଚିବା ନେଇ ଆକଳନ କରାଯାଉଛି।

Leave A Reply

Your email address will not be published.